STORYMIRROR

Pranati Panda

Children Stories Children

4  

Pranati Panda

Children Stories Children

ଇଲୋ ମୋ ବୋଉ

ଇଲୋ ମୋ ବୋଉ

1 min
275

ଆମରି ଗାଆଁର ମାଗୁଣି ସାହୁ,

ସକାଳୁ ଖାଏ ସେ' ମାଣ୍ଡିଆ ଜାଉ ।


ଚହଟ ଚିକ୍କଣ ବଢ଼େଇ ପିଲା ,

କାଠ କାଟିବାକୁ ଜଙ୍ଗଲ ଗଲା ।


କୁରାଢ଼ି ତାହାର କାନ୍ଧରେ ଥିଲା ,

ଭଲକି ପଜେଇ ସାଥିରେ ନେଲା ।


ଚାକୁଣ୍ଡା ଗଛଟେ ଦେଖିଲା ଭାଇ ,

ମନରେ ଭାବିଲା କାଟିବ ସେଇ ।


ମାଙ୍କଡ ପିଲାଟେ ଗଛରେ ଥିଲା

ଲାଞ୍ଜଟି ତାହାର ଲମ୍ବେଇ ଦେଲା ।


ମାଗୁଣି କାଟିଲା ଗଛର ଡାଳ ,

ଘରକୁ ଯିବାକୁ ବେଗେ ସହଳ ।


କାଠ କାଟି ଗୋଛା ବାନ୍ଧିବା ପାଇଁ ,

କୁରାଢ଼ି ଗୋଟିକୁ ଦେଲାତ ଥୋଇ ।


ମାଙ୍କଡ ପିଲାଟି ଓହ୍ଲେଇ ଆସି ,

କୁରାଢ଼ି ସାଉଁଟି ଗଛରେ ବସି ।


ଧଇଲା କୁରାଢି ହାଣିବ କାଠ ,

ଶିଖିତ ଯାଉଛି ବଢ଼େଇ ପାଠ ।


ଧରିଲା କୁରାଢ଼ି ମାରିଲା ଚୋଟ ,

କଟିଲା ଲାଙ୍ଗୁଡ଼ ହୋଇଲା ଛୋଟ ।


ବିକଳ ହୋଇଣ ଛାଡ଼ିଲା ରଡ଼ି ,

କାନ୍ଦି କାନ୍ଦି ଗଲା ତଳେ ସେ' ପଡି ।


ବହିଲା ରକତ ଧାରକୁ ଧାର ,

ଡାକିଲା ହେ' ପ୍ରଭୁ ରକ୍ଷା ତ କର ।


ଲାଞ୍ଜକୁ ଗୋଟେଇ ଗଛକୁ ଗଲା ,

ଖଣ୍ଡି ଲାଙ୍ଗୁଡ଼କୁ ଦେଖି କାନ୍ଦିଲା ।


କାନ୍ଦି କାନ୍ଦି କହେ ଇଲୋ ମୋ ବୋଉ ,

କାଠ କାଟିବା ମୋ' ସେତିକି ଥାଉ ।


ନ ଜାଣି ନଶୁଣି କାମ କରିଲେ ,

ଏହିପରି ଫଳ ମିଳଇ ଭଲେ ।


ଶୁଣରେ ପିଲାଏ ଗୁରୁ ବଚନ ,

ଅଳପ ଶିଖିଣ ନକର କାମ ।


ମାଙ୍କଡ ପରିକା ନହେବ ଦୁଷ୍ଟ ,

ନହେଲେ ପାଇବ ଅନେକ କଷ୍ଟ ।

        

    


Rate this content
Log in