STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ଈଶ୍ଵର

ଈଶ୍ଵର

1 min
194


ଦେଖିଛ କି କେହି କେବେ ଈଶ୍ଵରଙ୍କୁ

ମନ୍ଦିର ନା ମସଜିଦ୍ ଗୁରୁଦ୍ଵାରେ

ଅଦୃଶ୍ୟରେ ସେ ବି ଦୃଶ୍ୟମାନ

ଭକ୍ତଟିର ଛଳଛଳ ଆଖି ତଳେ ।


ଭାବକୁ ନିକଟ ଅଭାବରେ ଦୂର

ଶବରୀଅଇଁଠା ଲାଗେ ମଧୁର

ମୀରାର ଭକ୍ତି ପାଶେ ସଦା ତୁମେ

ଧରାଦିଅ ଜାଣିଶୁଣି ବଳେ ବଳେ ।


ତର୍କେ ତୁମେ ଥାଅ ବହୁଦୂରେ

ସଦା ନିକଟତର ଭକ୍ତିରେ ଛଳଛଳ

ଭରିଦେଇଛ ସବୁକିଛି ପୃଥିବୀରେ

ଅଭାବ କରିନ କାହାକୁ କେବେ ।


ବିଚିତ୍ର ତୁମର ଲୀଳା ଏ ଜଗତେ

ସବୁଠି ଅଛ ପୁଣି ସବୁଠି ନାହଁ

ସବୁକିଛି ଚାଲେ ତୁମ ଇଙ୍ଗିତରେ 



Rate this content
Log in