Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Others

4.3  

Abhisek Mohapatra

Others

ଈଶ୍ଵର ଙ୍କ ଅନୁସନ୍ଧାନରେ

ଈଶ୍ଵର ଙ୍କ ଅନୁସନ୍ଧାନରେ

1 min
336


ଈଶ୍ଵରଙ୍କୁ ମୁଁ ଖୋଜିଯାଏ ଅବିରତ ,

ଗାଁ ଛକ , ଅଜୟ ପାନ ଦୋକାନ ,ଶିବ ମନ୍ଦିର ,

କାହିଁ କେତେ ଯାଗା ,

ଏମିତି କି ଦେଶ ଦେଶାନ୍ତ ରେ ,

କାହିଁ କେଉଁ ଅଲଂଘ୍ୟ ନଗରେ 

ଦ୍ଵୀପ,ଟାପୁ କିମ୍ବା ନଦୀ ଅବା ପୋଖରୀ ତୀରରେ !


ମୁଁ ତାଙ୍କୁ ଖୋଜିଲି ,

କାହିଁ କେତେ ଆଡେ ,

ନଗରୀ , ଗ୍ରାମ , ପର୍ବତ ଅବା ଶ୍ମଶାନ ବୁକୁରେ !


ସେ କେଉଁଠି ନଥିଲେ , 

ପୁଣି ସଚରାଚରେ ବ୍ୟାପୀ ସାରିଥିଲେ !

କାହିଁ କେତେ ରୂପରେ , ରଙ୍ଗରେ ଅବା ସନ୍ନ୍ୟାସ ବାଦରେ ।


ସେ ବୋଧେ ମୋର ଆଉ ଏକ ଶୂନ୍ୟସ୍ଥାନ !

କିଛି ଖୋଜିବା ଆଉ କିଛି ପାଇବାର ପାଇଁ ,

ଈଶ୍ଵରଙ୍କୁ ଖୋଜିଚାଲେ କାହିଁ କେତେଆଡେ ନୟାନ୍ତ ହେଇ !


ସେ ଅଛନ୍ତି ମୋ ଭିତରେ କାହିଁ କେତେ ଯୁଗରୁ !

ସତ୍ୟ କି ଦ୍ଵାପର ଅବା ତ୍ରେତୟା କାଳରୁ ,

ରାମ , କୃଷ୍ଣ କିମ୍ବା ପର୍ଶୁରାମ ହେଇ ,


ଅବା କେହି ହେଲେ ଈଶ୍ଵର ଟେ ନାହିଁ ଏ ଧରା ପୃଷ୍ଠରେ !


ବେଳେବେଳେ ସବୁ ପରେ ଆଶ୍ଵାସନା ଦିଏ ,


ଧୂଆଁଳିଆ ଲାଗେ ଏ ଜୀବନଟା ,

ଯେବେ ଭାବେ ଈଶ୍ଵର ବୋଲି କେହି ହେଲେ କେହି ନାହିଁ ।



Rate this content
Log in