ଈଶ୍ବର
ଈଶ୍ବର
1 min
194
ବଡ଼ ବିଚିତ୍ର ଏ ସଂସାର
ଯାହା ଈଶ୍ବରଙ୍କ ସୃଷ୍ଟି।
ଏଠି କିଏ କାନ୍ଦି ମରୁଥାଏ
ଦୁଃଖ ହାଟରେ
କିଏ ହସୁଥାଏ ଭବ ସାଗରରେ।
ଦେଖୁନ !
ଭୋକ ତ କୋରି ଖାଉଛି
ଗରିବଙ୍କ ପେଟକୁ
ସୁଖର ନଈରେ ଧନୀ ସୌଦାଗର ବିଭୋର।
ଅତଏବ !
ସୁଖ ଆଉ ଦୁଃଖ
ଈଶ୍ବରଙ୍କ ଇଛାରେ ଚାଳିତ
ଏହାରି ଭିତରେ ସୁକର୍ମ ହିଁ ଧର୍ମ
ଯିଏ ଆପଣାଏ
ଈଶ୍ବରଙ୍କ ସାହ୍ନିଧ୍ଯର ପାତ୍ର
ଅନ୍ଯଥା ରୋଗ,ଶୋକ ଓ ଦୁଃଖର କାରଣ।