STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ଈଶ୍ୱରୀ ଉବାଚ

ଈଶ୍ୱରୀ ଉବାଚ

1 min
768


ଈଶ୍ୱରୀ ମୁଁ, ସ୍ୱୟଂ ଈଶ୍ୱର ପ୍ରୟାସୀ
ଈଶ୍ୱର କଳ୍ପନା
ମୋ'ପ୍ରିୟ ବ୍ରତ ।

ନିତ୍ୟ ଉପବାସେ ମୋ'ଅଗଣା ହସେ
ବୈଦିକ ଭାବନା
ସଦା ପ୍ରତୀତ ।

ଅର୍ଯ୍ୟାବର୍ତ୍ତ ଶୃତି ପଠନେ ମୁକତି
ଓଁ କାର ସ୍ମରଣେ
ପାଏ ମୁଁ ଶାନ୍ତି ।

ଶାନ୍ତିରେ ଶାନ୍ତିରେ ସଂସ୍କାର ସଜାଡ଼ି
ନୀତିରେ ନୀତିକୁ
ଆଣେ ସାଉଁଟି ।

ଓଡିଶା ମାଟିର ଅୟୀ ସୁଲକ୍ଷଣୀ,
ବାର ମାସେ ତେର
ପରବ ଆସେ ।

ପିତୃ ପୁରୁଷଙ୍କ ଗଢ଼ା ଗହଣା ମୁଁ
ପତିବ୍ରତା ପଣେ
ହସାଏ,ହସେ ।

ଚୈତ୍ର ଚତୁର୍ଦ୍ଦଶୀ ଆସେ ହସି ହସି
ଶିବରାତ୍ରୀ, ଶୁଭ
ଜାଗର ରାତି ।

ଆସିଛି ଶିବ ଙ୍କୁ ଦେବି ମୁଁ ସଜେଇ
ମନର ଦୀପରେ
ଦେଇ ଆଳତି ।

ଦେବ ଦେବ ସିଏ ଶିବ ମହାଦେବ
ବରଦାତା,ଦୁଷ୍ଟ
ସଂହାର କର୍ତ୍ତା ।

ତାଙ୍କରି ମନ୍ଦିରେ ରାତି ଉଜାଗରେ
ଲଭିବି ତାଙ୍କଠୁ
ଶାନ୍ତି ବାରତା ।

ମାଟିର ଦୀପରେ ଜାଳିବିନି ଦୀପ
ମନ ସଳିତାର
ଦୀପାଳି ଧରି ।

ଭକତି ସମ୍ଭାରେ ଦେବ ଦେବାଳୟ
ଉଜ୍ଜ୍ୱଳ କରିବି
ଶିବଙ୍କୁ ସ୍ମରି ।

ପ୍ରତି ବଦଳରେ ମାଗିବିନି କିଛି
ନିଜ ପାଇଁ,ନିଜ
ଲୋକଙ୍କ ପାଇଁ ।

ଜର୍ଜରତା ସବୁ ଜଗତ ଜଞ୍ଜାଳୁ
ପାନ କରିଦିଅ
ଶିବ ଗୋସାଇଁ ।

ଗଙ୍ଗାଙ୍କୁ ଧରିଲ, ଗଙ୍ଗାଧର ହେଲ
ବିଷ ପାନ କଲ
ହେ ନୀଳକଣ୍ଠ !

ଜଗତ ଯାକର ଯନ୍ତ୍ରଣା ସମ୍ଭାଳି
ଭାରସାମ୍ୟେ ତୁମେ
ପ୍ରୀତ ଆକଣ୍ଠ ।

କାତ୍ୟାୟିନୀ ହେଉ,ଦୁର୍ଗା ଅବା ସତୀ
କେତେ ରୂପେ ତୁମ
ସାଥି ପାର୍ବତୀ ।

ଦିଅ ମୋତେ ସେଇ ଶକ୍ତିର ଆଧାର
ସଂସାର ସଂସ୍କାରେ
ହେବି ମୁଁ ବ୍ରତୀ ।

ସମାଜ ସଂସ୍କାରେ ନାରୀର ପ୍ରାଧାନ୍ୟ
ତୁମ ଦେଉଳରୁ
ଚିରାଚରିତ ।

କରିଦିଅ ମୋତେ ଶକ୍ତି ସ୍ୱରୂପିଣୀ
ରଚିବି ସମାଜ
ପୁନଃ ସଂସ୍କୃତ ।

ଶକ୍ତି ସ୍ୱରୂପିଣୀ ଧର୍ମ ସଂରକ୍ଷଣୀ
ସୌନ୍ଦର୍ଯ୍ୟ ବୋଧର
ପ୍ରତୀକ କର ।

ଦୀପାଳି ଜାଳିବି ନିଜେ ବି ଜଳିବି
ରଚିବି ସମାଜ
ଶ୍ରୀ ଶୁଭଙ୍କର ।


Rate this content
Log in