STORYMIRROR

Ajay kumar Behera

Others

3  

Ajay kumar Behera

Others

"ଈଶ୍ୱର"

"ଈଶ୍ୱର"

1 min
305


ହେ ଈଶ୍ୱର

ତୁମେ ବଡ଼ କଳାକାର

ତୁମ ହାତେ

ଗଢ଼ା ବିଶାଳ ସଂସାର।୧।


ଇଙ୍ଗିତରେ

ତୁମ ସବୁକିଛି ହୁଏ

ଥୁଣ୍ଟା ବୃକ୍ଷେ

ପତ୍ର ଯେ କଅଁଳି ଥାଏ।୨।


ଚକ୍ଷୁହୀନ

ନେତ୍ର ପାଇ ସେ ଦେଖଇ

ମୁକ ପୁଣି

କେତେ କଥା ଯେ କହଇ।୩।


ଦରିଦ୍ରର

ସଦା ହେଇ ଥାଅ ସାହା

ବିପଦରେ

ଦେଇ ଥାଅ ତୁମେ ରାହା।୪।


ତୁମ ପାଇଁ

ଦିବସ ରଜନୀ ହୁଏ

ବୃକ୍ଷ ଦେହେ

ତରା ଫୁଲ ଫୁଟି ଥାଏ।୫।


ଯୋଗାଇଛ

ତୁମେ ପ୍ରଭୁ ଖାଦ୍ୟ ଯେତେ

ବୃକ୍ଷ,ପ୍ରାଣୀ

ସଂସାର ଜୀବଠି ସତେ।୬।


ରଖି ନାହଁ

ଅଭାବ କଷଣ ଯେତେ

ଭରି ଅଛି

ଆନନ୍ଦ ସବୁଠି ସତେ।୭।


ଅହଙ୍କାରୀ

ପାଏ ନାହିଁ ରକ୍ଷା ସିଏ

ଅପକର୍ମ

କରି ହୀନିମାନ ହୁଏ।୮।


ଖୋଲି ଦିଅ

ହୀନ ଜନର ଗୁମର

ରକ୍ଷା କର

ସତ୍ୟ,ନ୍ୟାୟ,ଧରମର।୯।


ହେ ଈଶ୍ୱର

ତୁମେ ଯେ ସାହା ଆମର

ତୁମ ବିନୁ

ନାହିଁ ତ ରକ୍ଷା ଆମର।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍