STORYMIRROR

Jitendra Seth

Others

4  

Jitendra Seth

Others

ଈଶ୍ୱର

ଈଶ୍ୱର

1 min
277

ଏ ବିଶ୍ଵ ବ୍ରହ୍ମାଣ୍ଡ ତୁମରି ସର୍ଜନା

ଆହେ ପ୍ରଭୁ ଭାବଗ୍ରାହୀ

ସକଳ ଶକ୍ତିର ତୁମେ ହିଁ ଆଧାର

ତୁମ ବିନା ଶୂନ୍ୟ ମହୀ ।।


ଦୟାମୟ ହରି କ୍ଷମାର ସାଗର 

ତୁମେ ତ ଜଗତେ ସାର 

ମୁକ୍ତିଦାତା ତୁମେ ସିଦ୍ଧିଦାତା ବ୍ରହ୍ମ

ଆଦି ଅନ୍ତ ଦୁନିଆର ।। 


ଏ ମହୀମଣ୍ଡଳେ ଯୁଗ ଯୁଗ ଧରି 

ଅବତରୀ ଅଛ ହରି

ଧର୍ମର ସ୍ଥାପନ କରିବାର ପାଇଁ 

ଦୁଷ୍ଟଙ୍କୁ ଅଛ ହେ ମାରି ।। 


ଦ୍ଵାପରରେ କୃଷ୍ଣ ତ୍ରେତୟାରେ ରାମ 

କଳିଯୁଗେ ଜଗନ୍ନାଥ 

ଲୀଳା ଭିଆଉଛ ଦାରୁ ଦିଅଁ ହୋଇ 

ଧରିଣ ଖଣ୍ଡିଆ ହାତ ।। 


ଆଲ୍ଲା ବୁଦ୍ଧ ଯୀଶୁ ଶ୍ରୀସାଇ ଚୈତନ୍ୟ 

ଭିନ୍ନ ଭିନ୍ନ ରୂପ ଧରି 

ଜ୍ଞାନର ଆଲୋକ ଦେଖାଇଛ ତୁମେ 

ଆହେ ପ୍ରଭୁ ଦଇତାରୀ ।। 


ମୋ ଜୀବନ ଅଟେ ତୁମ ଆଶିର୍ବାଦ 

ହେ ମୋର ପ୍ରାଣ ଠାକୁର 

ଭକ୍ତି ଶ୍ରଦ୍ଧାଞ୍ଜଳି କରୁଛି ଅର୍ପଣ 

 ଶ୍ରୀ ପାଦେ କରି ଜୁହାର ।। 


ହେ ପ୍ରେମ ଇଶ୍ୱର ଆଶିର୍ବାଦ କର 

ତୁମର ଏ ସନ୍ତାନକୁ 

ତୁମରି ସନ୍ଧାନେ ମାନବ ସେବାରେ 

ତେଜିବି ମୁଁ ଜୀବନକୁ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍