Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Others

3  

Sudeshna Pradhan

Others

ଈଶ୍ୱର

ଈଶ୍ୱର

1 min
178


ହେ ଈଶ୍ୱର !

ତୁମେ ବିଶ୍ୱର, ଅବିନଶ୍ୱର ପରମେଶ୍ୱର,     

ତୁମେ ସୃଷ୍ଟିର ଅଟ ପ୍ରାରମ୍ଭ,             

ପୁଣି କାରଣ ତୁମେ ଧ୍ୱଂସର l    


ତୁମେ ଜଳ, ସ୍ଥଳ, ବାୟୁମଣ୍ଡଳ,            

ତୁମେ ହିଁ ତ ନଭ, ଭାନୁ, ଚନ୍ଦର l  

ତୁମେ ନିର୍ଜୀବ ମଧ୍ୟରେ ସ୍ଥାଣୁତା,            

ପୁଣି ସବୁ ଜୀବ ମଧ୍ୟେ ଜୀବନ l  

ତୁମେ ପଥରରେ ଶକ୍ତି ସ୍ୱରୂପ,             

ପୁଣି ବୃକ୍ଷ ରୂପେ କର କଲ୍ୟାଣ l  

ତୁମେ ପରିବ୍ୟାପ୍ତ ବିଶ୍ଵବ୍ରହ୍ମାଣ୍ଡେ,            

ମୁହିଁ ଛାର ନର ଧୂଳି ସମାନ l   

ଉଦ୍ଧାର କର ହେ କର୍ତ୍ତା ସୃଷ୍ଟିର,             

ବିଶ୍ଵନିୟନ୍ତା ଘେନ ହେ ପ୍ରଣାମ l 



Rate this content
Log in