STORYMIRROR

Bijay Prusty

Others

3  

Bijay Prusty

Others

ଈଶ୍ୱର

ଈଶ୍ୱର

1 min
358


ଈଶ୍ୱର ଈଶ୍ୱର ଖୋଜିଲି ଅନେକ

କେଉଁଠି ପାଇଲି ନାହିଁ

ଦୁଃଖି ଦରିଦ୍ରଙ୍କ ମେଳରେ ଅଛନ୍ତି

କହୁଥିଲେ କେହି କେହି I

ସବୁ ଏୈଶ୍ୱର୍ଯ୍ୟର ଅଧିଶ୍ୱର ଯିଏ

ତାଙ୍କର କି କାମ ସେଠି

ସେଯଦି ଚାହିଁବେ ଗୋଟିଏ ମୂହୂର୍ତ୍ତେ

ସର୍ବେ ହେବେ କୋଟିପତି I

ସୁରମ୍ୟ ମନ୍ଦିର ଈଶ୍ୱରଙ୍କ ଘର

କହିଲେ ପୂଜକ ଜଣେ

ତାହାଲେ ସେ କିଆଁ ଧନର ମୋହରେ

ହାତ ପାତେ ଏଣେତେଣେ I

ଈଶ୍ୱରଙ୍କ ସେବା କରେ ଯେଉଁ ଜନ

ତାର କି ଅଭାବ ହେବ

ସୁଦୟା ଦୃଷ୍ଟିରେ ଚାହିଁଦେଲେ ପ୍ରଭୂ

ସବୁ ସୁଖ ମିଳିଯିବ I

ଭକ୍ତଟିଏ ବୋଲି ଦେଖାଇ ହେବାକୁ

ଯେ ଜନ ମନ୍ଦିର ଯାଏ

ଭିକାରିଟେ ସିଏ ଯୋଡହସ୍ତ ହୋଇ

କେତେକଥା ମାଗୁଥାଏ I

ଈଶ୍ୱରଙ୍କ କଥା ସଭିଏଁ କୁହନ୍ତି

ଦେଖିନି ତାଙ୍କୁ କେ ଜଣେ

ଠିକଣା ତାଙ୍କର ପାଇ ପରିଲିନି

ସନ୍ଦେହ ଆସିଲା ମନେ I

ନାହିଁ ଯାର ସ୍ଥିତି ନାହିଁ ଅବସ୍ଥିତି

ତାଙ୍କରି ନାମକୁ ନେଇ

ମଣିଷ ମଣିଷ ଯୁଦ୍ଧରେ ମାତନ୍ତି

ରକ୍ତନଦୀ ଯାଏ ବହି I

ସ୍ଥିର ମନେ ଦିନେ ଏକାନ୍ତେ ଚିନ୍ତିଲି

କେ କହିଲା ମୋର କାନେ

ତୋ ନିଜ ଭିତରେ ଈଶ୍ୱର ଅଛନ୍ତି

କିଆଁ ଖୋଜୁ ଏଣେ ତେଣେ I

    


Rate this content
Log in