ଈଶ୍ୱର
ଈଶ୍ୱର
1 min
170
ନା ଆଉ ଜମା ନୁହେଁ
ମୁଁ ଦେବି ନାହିଁ ଅଧିକାର
କେହି ଅଦୃଶ୍ୟ କାଳ୍ପନିକ ସତ୍ତାକୁ
ହେବାକୁ ମୋ ଭାଗ୍ୟର ଈଶ୍ୱର।।
ଛଡାଇ ଆଣିବି
ସବୁତକ ଅଧିକାର
ଗ୍ରହ ନକ୍ଷତ୍ର ରାଶି
ଅମାବାସ୍ୟା ପୂର୍ଣ୍ଣିମା ଠୁ
କରିବାକୁ ମୋ ଜୀବନରେ ପ୍ରଭାବ ବିସ୍ତାର।।
ମୁଁ ଏବେ ଭୟମୁକ୍ତ ଦ୍ଵନ୍ଦମୁକ୍ତ
ଯେତେସବୁ କୁସଂସ୍କାର ଓ ଅନ୍ଧବିଶ୍ୱାସର
ମହଣ ମହଣ ବୋଝରୁ ମୁକ୍ତ ମୁଁ।।
ନିଜ ମେରୁଦଣ୍ଡ ସିଧା କରି ଛିଡା ହୋଇଥିବା
ଏକ ନୂତନ ଭାବେ ବିବର୍ତ୍ତିତ ପ୍ରାଣୀ
ଠିକ ସମ୍ଭାଳୁଆରୁ
ରଙ୍ଗୀନ ପ୍ରଜାପତିଟି ପରି।।
ମୁଁ କେବଳ ମୁଁ
ମୋ ଜୀବନର ମୋ ଭାଗ୍ୟର
ମୁଁ ହିଁ ଏକାନ୍ତ ଈଶ୍ୱର।।
ରାଜବାଳା...