STORYMIRROR

subrat kumar jena

Others

3  

subrat kumar jena

Others

ଈଶ୍ୱର -ଶେଷ ଭରଷା

ଈଶ୍ୱର -ଶେଷ ଭରଷା

1 min
101

ନା କିଏ ଦେଖିଛି ତାଙ୍କୁ ନା କିଏ ଧରିଛି ତାଙ୍କୁ

ବସ୍ତବତାରେ,

ଏ କେମିତି କଥା ,ସମସ୍ତେ ଦେଖିବାକୁ ଚେଷ୍ଟାକରନ୍ତି ତାଙ୍କୁ

କିଏ ମନ୍ଦିରରେ କିଏ ଗୀର୍ଜାରେ ଆଉ କିଏ ମସଜିଦରେ

କେତେ ବେପାର ବଣିଜ ଚାଲେ ତାଙ୍କ ନାମକୁ ନେଇ

ଏଜେ ସାମାନସାମାନ୍ୟ କଥା।


ଖାଲି ଆମେ ନାହୁଁ ସାରା ବିଶ୍ୱ ବନ୍ଧା ଏ ବନ୍ଧନରେ

କିଛି ହେତୁବାଦୀ ଚେଷ୍ଟାକରନ୍ତି ଛିଡାଇବାକୁ ଏ ସମ୍ପର୍କକୁ

ହେଲେ ଏ କଣ ସହଜ କଥା

କୋଟି କୋଟି ବର୍ଷରୁ ଚାଲି ଆସୁଥିବା ପ୍ରଥା ପରମ୍ପରା ବଦଳିବା ସହଜ ନୁହେଁ ।


ଆରେ କେତେ କୋର୍ଟ କଚେରୀ ବାଦ ବିବାଦ ଏଥି ଲାଗି

କିଏ ପୁଣି ଭଣ୍ଡ କାରବାର କରେ ଈଶ୍ୱରଙ୍କୁ ସାକ୍ଷୀ ରଖି

ଚୋର ବି ଡାକେ କିପରି ତାର ଚୋରି କାମ ସହଜରେ ହେଉ ଧର୍ମୀ ଡାକେ ଆଉ ସମସ୍ତେ ବି

ହେଲେ ଈଶ୍ୱର ହେବେବା କାହାର ।


ସମସ୍ତଙ୍କର ବିପଦରେ ଆପଦରେ ଶେଷ ଭରଷା "ଈଶ୍ୱର"

ସେ ଯେଉଁ ରୂପରେ ଥାନ୍ତୁ ନା କାହିଁକି,ଯୋଉଠି ବି ଥାନ୍ତୁନା କାହିଁକି

ସେଥିଲାଗି ପରା ମକ୍କା ମଦିନା,ଅଯୋଧ୍ୟା ବା ରୋମ ଅବା ଇଟାଲୀ ।


ସବୁ ଆଡେ ସାଜ ସଜ୍ଜା କେତେ ବଡ଼ ବଡ଼ ଆୟୋଜନ

ପଛେ ଈଶ୍ୱରଙ୍କ ସନ୍ତାନ ଉପବାଶ ରେ ରହୁ ସେଥିରେ କାହାର ଯାଏ ଆସେ କେତେ

ଆମେ ଜୋର ଜବରଦସ୍ତି ଆମ ପତିଆରା ଜାହିର କରିବୁ

ତେଣିକି ଜାହାର ଜାହା ହେଉ,ଏ ଭାବନା କଣ ଦିଅନ୍ତି ଈଶ୍ୱର

ସବୁତ ସେଇ ଈଶ୍ୱରଙ୍କ ସୃଷ୍ଠି ,ତେବେ ଏମିତି କାହିଁକି ହୁଏ।




Rate this content
Log in