Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଈଶ୍ୱର-ପ୍ରତୀକ ବାସ୍ତବତା

ଈଶ୍ୱର-ପ୍ରତୀକ ବାସ୍ତବତା

1 min
187




ଅନନ୍ତ ଆକାଶ ତଳେ

ମୁଁ ଏକ ଅଛୁଆଁ ନିର୍ବିକାର ଏକୁଟିଆ ଛିଡ଼ା

ହେଇଥିବା

ଅନ୍ଧାର ପହାଡ଼ି ଗୁମ୍ଫା ଭିତର

କଳା ମୁଗୁନି ପଥର ,


କିଏ କହେ ;

ହର କିଏ କହେ ମତେ ହରି

କିଏ କହେ ଈଶ୍ୱର,

କିଏ ବିଶ୍ୱାସରେ ଢାଳେ ପାଣି କିଏ ଫେନିଳ ଦୁଗ୍ଧ

କିଏ ବିଷ କନିଆର

ଦୁଦୁରା ତ କିଏ ଢାଳେ

ମହୁ ପଇଡ଼ ଜଳ,


ମୁଁ କିନ୍ତୁ

ନିର୍ବିକାର

କଳା ମୁଗୁନି ପଥର ଯେମିତି ଥିଲି ସେମିତି ଅଛି କେଇ ଯୋଡ଼ା ବିଶ୍ୱାସ ସହ,

ଈଶ୍ୱର-ପ୍ରତୀକ ବାସ୍ତବତା------!


©®କାଶ୍ୟପ, ରାୟଗଡା


Rate this content
Log in