STORYMIRROR

Gadadhar Sahoo

Others

3  

Gadadhar Sahoo

Others

ଈର୍ଷା

ଈର୍ଷା

1 min
271

ଆଜି ଯାଏ

ସେ ମୋ ନିଜର

ଆଗକୁ ନେଇନି କେବେ

ଯେତେବେଳେ ଯେତେଥର

ଆସିଛି ଯାଇଛି

ମୋ ଚିନ୍ତା ଚେତନାରେ ।


ସେବେ ଠାରୁ ଏବେ ଯାଏ

ଯେତେ ତାକୁ ଦୂରେଇଲେ

ବାର ବାର ଚାଲି ଆସେ

ପାଖକୁ ପାଖକୁ

ଲାଭ ନୁହେଁ କ୍ଷତି କରିବାକୁ ।


ପ୍ରଥମେ ସେ ଆସିଥିଲା

ପୂଜା ପର୍ବାଣୀ ମାହୋଲରେ

ନୂଆ ପୋଷାକ ଉପରେ ବସି

ପଡୋଶୀ ସାଙ୍ଗ ସହିତରେ

ମୁଁ ଖାଲି ଜଳୁଥିଲି ମୋ ଭିତରେ

ତାକୁ ଈର୍ଷା କରି କେତେ ଦିନ

ମୋ ମନରୁ ସମ୍ପୂର୍ଣ୍ଣ ଲିଭିବାଯାଏ

ଆଜି ଯାହା ଆଉ ଥରେ କୁହୁଳିଲା

ତୁମ ମନେ ପକାଇବାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍