ଈର୍ଷା
ଈର୍ଷା
1 min
264
ଆଜି ଯାଏ
ସେ ମୋ ନିଜର
ଆଗକୁ ନେଇନି କେବେ
ଯେତେବେଳେ ଯେତେଥର
ଆସିଛି ଯାଇଛି
ମୋ ଚିନ୍ତା ଚେତନାରେ ।
ସେବେ ଠାରୁ ଏବେ ଯାଏ
ଯେତେ ତାକୁ ଦୂରେଇଲେ
ବାର ବାର ଚାଲି ଆସେ
ପାଖକୁ ପାଖକୁ
ଲାଭ ନୁହେଁ କ୍ଷତି କରିବାକୁ ।
ପ୍ରଥମେ ସେ ଆସିଥିଲା
ପୂଜା ପର୍ବାଣୀ ମାହୋଲରେ
ନୂଆ ପୋଷାକ ଉପରେ ବସି
ପଡୋଶୀ ସାଙ୍ଗ ସହିତରେ
ମୁଁ ଖାଲି ଜଳୁଥିଲି ମୋ ଭିତରେ
ତାକୁ ଈର୍ଷା କରି କେତେ ଦିନ
ମୋ ମନରୁ ସମ୍ପୂର୍ଣ୍ଣ ଲିଭିବାଯାଏ
ଆଜି ଯାହା ଆଉ ଥରେ କୁହୁଳିଲା
ତୁମ ମନେ ପକାଇବାରେ ।
