STORYMIRROR

Hasyamayee Raj

Others

3  

Hasyamayee Raj

Others

ଇଏ କି ସଂପର୍କ

ଇଏ କି ସଂପର୍କ

1 min
329


ଅଚିହ୍ନା ବି କେବେ

ଚିହ୍ନା ଚିହ୍ନା ଲାଗେ

ପରିଚିତ ସ୍ବର

ଭାସିଆସେ ନଭେ

ସତେ କେତେ ଆପଣାର

ଦେଖୁଥାଏ ସିନା

ମନ ଆଇନାରେ

ଲେଖୁଥାଏ ନାଁ

ହୃଦୟ କାନ୍ଥରେ

ସପନ ପରିକା

ଲାଗୁଥାଏ ହେଲେ

ହୁଏ କି କେବେ ନିଜର।

ନିଜର କିଏ ସେ

ପର ପୁଣି କିଏ

ଆତମାକୁ ଯଦି

ଆତମା ଯେ ଛୁଏଁ

ସେଇ ସତ୍ତା ପୁଣି

ଚେତନାକୁ ଛୁଏଁ

ସଂପର୍କର ସେତୁ

ବାନ୍ଧି ହୋଇଯାଏ

ପାଣି ଫୋଟକାର

ଜୀବନ ତ ଇଏ

ସଂପର୍କର ମାନେ

ବୁଝେ ଅବା କିଏ

ହୃଦୟ ଆତ୍ମାର

ଇତି କଥା ସିଏ

ଭଙ୍ଗା ଗଢା ଦୁନିଆର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍