STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଇଦ-ଉଲ-ଫିତର

ଇଦ-ଉଲ-ଫିତର

1 min
307


ବଡ଼ ଆନନ୍ଦିତ ଆଜି ଏ ଦିନଟି

ମୁସଲିମ ଧର୍ମ ପାଇଁ

ବିଶ୍ବ ଦରବାରେ କଳକଳ ପରି

ବହୁଛି ନିର୍ମଳ ନଈ।୧

ଜଗତ କଲ୍ଯାଣ କରିବା ସକାଶେ

ଏହି ସମ୍ପ୍ରଦାୟ ଆଜି

କେତେ ଆଶା ନେଇ କର୍ମ ସମ୍ପାଦନ

କରୁଛନ୍ତି ସତ୍ଯ ଖୋଜି।୨

ଜୀବନ ଯୌବନ ଅଢେ଼ଇ ଦିନକୁ

କେତେ ବା ଇର୍ଷା କରିବେ

ପ୍ରେମ ଓ ଭକ୍ତିରେ ଆଲ୍ଲାଙ୍କ ନିକଟେ

ହେବାକୁ ଚେଷ୍ଟାରେ ଯିବେ।୩

ବଡ଼ ଏ ବିଷମ ସଙ୍କଟ ଆସିଛି

ଦୁନିଆ ହାଟକୁ ଦେଖି

ଭୋକ ଉପାସରେ ରହିକି ଧର୍ମରେ 

ହେବାକୁ ଭବିଷ୍ଯେ ସୁଖୀ।୪

କେତେ ନିରାମୟ ଆଲ୍ଲା ଗଢି଼ଛନ୍ତି

ସଂସାରର ଭଲ ମନ୍ଦ

ମନ୍ଦକୁ ତେଜିକି ଭଲକୁ ଗ୍ରହଣ

କରିବେ ନ କରି ଛନ୍ଦ।୫

ବିଶ୍ବ ଦରବାର ଭାଇଭାଇ ବୋଲି

ଅନ୍ତର କହୁଛି ଆଜି

ଭେଦଭାବ ଦେଖି ଜନ ସମାଜରେ

ହୃଦୟ ଯାଉଛି ଭାଜି।୬

ଆହ୍ବାନ ତାଙ୍କର ସତ୍ଯ ପଥେଯିବା

ମିଥ୍ଯା ହିଁ ଦୂରକୁ ଫିଙ୍ଗି

ପ୍ରେମର ଦୋଳିରେ ବସିକି ଖେଳିବା

ପିନ୍ଧିକି ନୂତନ ଲୁଙ୍ଗି।୭

ଆଲ୍ଲାଙ୍କର ହେଉ ଜୟ ଏ ବିଶ୍ବରେ

ସନ୍ତୋଷରେ ରଖିଥାନ୍ତୁ 

ନର ପଶୁ ପକ୍ଷୀ କୀଟ ତରୁ ଲତା

ଆନନ୍ଦେ କାଳ କାଟନ୍ତୁ।୮

ଧନ୍ଯ ହୋଇଯାନ୍ତୁ ପ୍ରାଣୀ ଓ ଉଦ୍ଭିଦ 

ଇଦୁଲ ଫିତର ଦିନ

ମନକୁ ନ କରି ଭ୍ରମତା ସଂସାରେ

ସୁକର୍ମେ ଯାଉ ଜୀବନ।୯

କୋଟିଏ ପ୍ରଣାମ ଆଉ ଧନ୍ଯବାଦ 

ଆଲ୍ଲା ହେ ରଖିବ ବୋଲି

ମନ ହୃଦୟକୁ ସମର୍ପଣ କରି

କହିଲୁ ତୁମକୁ ଖୋଲି।୧୦

      


Rate this content
Log in