STORYMIRROR

Parameswar Ojha

Others

3  

Parameswar Ojha

Others

ଇଛା ହୁଏ

ଇଛା ହୁଏ

1 min
885



ଇଛା ହୁଏ

ତମରି ଖୁସିରେ ଖୁସି ହେବାକୁ

ତୁମରି ଦୁଃଖରେ ସବୁତକ ଲୁହ ଢାଳିବା ଦେବାକୁ


ଇଛା ହୁଏ

ତୁମ ସାଥେ ଟିକେ ଝୁମି ଯିବାକୁ

ତୁମ ସାଥେ ଟିକେ ନାଚି ଦେବାକୁ

ପାର୍କ ସିନେମା ବୁଲେଇ ଆଣି

ସନ୍ଧ୍ୟା ରେ ଘରେ ଛାଡ଼ିଦେବାକୁ


ଇଛା ହୁଏ

ଗୋଟିଏ ପଇଡେ ଦୁଇ ମୁହଁ ଥାପି

ଘଡ଼ିଏ ପ୍ରେମର ପରଶ ପାଇ ଯିବାକୁ

ବାଇକ ପଛରେ ତୁମକୁ ବସେଇ

ଅଧିକ ହମ୍ପ୍ସ ରାସ୍ତାରେ ନେଇଯିବାକୁ


ଇଛା ହୁଏ

ସାଗର ବେଳାରେ ତୁମ ହାତଧରି

ସକାଳ ସନ୍ଧ୍ୟା ଟା ସାରିଦେବାକୁ


ଇଛା ହୁଏ

ତୁମକୁ କୋଳେଇ ନେଇଯିବାକୁ

ତୁମରି ଓଠର ମିଠା ସ୍ପର୍ଶ ପାଇଁ

ସାରା ଦୁନିଆ କୁ ଭୁଲି ଯିବାକୁ


ଇଛା ହୁଏ

ତୁମକୁ ଘରକୁ ନେଇଯିବାକୁ

ବାପା ବୋଉ ପାଦ ଛୁଇଁବା ପରେ

ତୁମ ପରିଚୟ ଦେଇଦେବାକୁ


ଇଛା ହୁଏ

ତୁମରି ସିନ୍ଥିରେ ସିନ୍ଦୂର ଭରି

ସାତ ଜନ୍ମକୁ ନିଜର କରିଦେବାକୁ


------------____-------------


..........ପରମେଶ୍ବର ଓଝା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍