STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ଇଛା ଭର ଚକାଆଖି

ଇଛା ଭର ଚକାଆଖି

1 min
299


ମୋତେ ଯଦି ତୁମେ ନେଉଛ ପୁରୀରୁ 

ମୋ ବାପାଙ୍କୁ ଆଣ ପୁରୀ 

ତୁମରି ସେବାରେ ରହିଛି ଆନନ୍ଦ 

କିଛି ନୁହେଁ ତାହା ସରି 


ତୁମ କରୁଣାର ଆଶୀର୍ବାଦ ଧାରା 

ବହି ଯାଉ ତାଙ୍କ ପରେ 

ଯେମିତି ପ୍ରଭୁ ହେ ଆସିବେ ପୁରୀକୁ 

ରହିବେ ତୁମ ସେବାରେ 


ସତ୍ୟ ନିଷ୍ଠ ଆଉ ତ୍ୟାଗର ମୂରତି 

ଯେତେ ଯାହା ଭଲ ଗୁଣ 

ଭରି ଦେଇ ପ୍ରଭୁ କୃପା ଯେ କରିଛ 

ଯାହା ପାଇଁ ସିଏ ଭିନ୍ନ 


ତୁମେ ଦେଇଥିବା ଗୁଣ ଅନୁସାରୀ  

ହେବା ପାଇଁ ବାପା ମୋର 

କରି କରି ସିଏ ପାଆନ୍ତି ଆନନ୍ଦ 

ନ ଥାଏ ତ ଅହଂକାର 


ଝିଅ ବୋଲି ମୁଁ ଯେ ତୁମରି ପାଖରେ 

କରୁ ନାହିଁ ମୁହିଁ ଅଳି 

ରାତିଦିନ ଖଟି ସେବା ସେ କରିବେ 

କରି ସବୁ ଜଳାଞ୍ଜଳି 


ଯୋଗ୍ୟଅଯୋଗ୍ୟର ମାପକାଠି ତୁମେ

ବସିଛ ଦେଉଳେ ରଖି 

ଥରୁଟିଏ ପ୍ରଭୁ ଜିଲ୍ଲାପାଳ କରି 

ଇଚ୍ଛା ଭର ଚକା ଆଖି

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍