STORYMIRROR

Kali Kumar

Others

3  

Kali Kumar

Others

ଇଚ୍ଛା ପ୍ରଦୀପ

ଇଚ୍ଛା ପ୍ରଦୀପ

1 min
653

ଦୀପରେ ସଳିତା   ସଂଘର୍ଷ କରୁଛି

 ଅନ୍ଧକାରୁ ମୁକ୍ତି ପାଇଁ,

ଶ୍ରେଷ୍ଠ ଜୀବ ତୁହି  ବୋଲାଉ ସୃଷ୍ଟିରେ

   ତୋ ରକ୍ତ ଶିଥିଳ କାହିଁ ? ।୧।

ଏକତ୍ୱ ତୋହର   ନଷ୍ଟ ହେଉଅଛି

   ମିଛ ଅହଙ୍କାର ନାଦେ,

ସହଯୋଗୀ ସାଜି  ଲଢେ଼ଇ କରୁଛୁ

   ଜାତି ଧର୍ମର ପ୍ରଭେଦେ ।୨।

ଜାଗିଉଠ ଥରେ   ସମ୍ମିଳିତ ସ୍ୱରେ

    ଥରି ଉଠୁ ମହୀ ତଳ,

ଦେଖୁ ଏ ସଂସାର  ଦେଖୁ ଏ ସମାଜ

    ଏକତାର କେତେ ବଳ ।୩।

ଶରୀରକୁ ତୋର  ଦୀପଟେ ସଜେଇ

     ଇଚ୍ଛାକୁ ସଳିତା କରି,

ସେ ଦୀପରେ ଥରେ ରକ୍ତର ତେଲକୁ 

     ସ୍ୱଇଚ୍ଛାରେ ଦିଅ ଭରି ।୪।

ଇଚ୍ଛା ସଳିତାଟି   ରକ୍ତର ତେଲରେ

     ଜଳିଉଠୁ ନିମିଷକେ,

ତେଜିଉଠୁ ଥରେ  ଶରୀର ଦୀପଟି

    ସେ ଉତ୍ତାପେ ମୁହୂର୍ତ୍ତକେ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍