STORYMIRROR

Bauribandhu Lenka

Others

3  

Bauribandhu Lenka

Others

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
369


ସମୟଠୁ ଲୁଚିକରି

ଯଦି ଫେରିଯାଆନ୍ତି ଅତୀତକୁ,

ଭଗ୍ନ ମୋର ସ୍ୱପ୍ନ ସବୁକୁ,

ସଜେଇଦିଅନ୍ତି

ପୁଣିଥରେ ନୂଆ ରଙ୍ଗରେ ।

ଦୁଃଖଦ ସ୍ମୃତି ସବୁକୁ

ହଟେଇ ଦିଅନ୍ତି,

ମୋ ଜୀବନ ନାଟକର 

ପୃଷ୍ଠାମାନଙ୍କରୁ ।

ସାଉଁଟି ନିଅନ୍ତି ଛୋଟ ଛୋଟ 

ଖୁସିର ମୁହୂର୍ତ୍ତ ସବୁକୁ

ଯେତେବେଳେ ମୁଁ ହସିଥିଲି

ହେଉପଛେ ସେ ହସ ସ୍ୱଳ୍ପ ସମୟପାଇଁ ।

   

 


Rate this content
Log in