ଇ - ପ୍ରେମ
ଇ - ପ୍ରେମ
ପ୍ରେମ ପ୍ରେମ ଆଉ ପ୍ରେମ...
ପ୍ରେମ ବିନା ନା ବଞ୍ଚିଛି ମଣିଷ
ନା ପଶୁ ପକ୍ଷୀ କୀଟ ତରୁଲତା
ଭଗବାନ ମଧ୍ୟ ପ୍ରେମ ରେ ଆବଦ୍ଧ
ଯିଏ ସ୍ୱୟଂ ଜଗତ କରତା ll
ମାତ୍ର ଆଧୁନିକ ପ୍ରେମ !!!
ଭିନ୍ନ ଶୈଳୀରେ ଉପଲବ୍ଧ
ଶସ୍ତା ପୁଣି ସୁଲଭ
ବଦଳିଛି ପ୍ରେମର ସଂଜ୍ଞା
ତରିକା ଏବଂ ଆଦବ କାଇଦା
ହ୍ୱାଟ୍ସଆପ ଫେସବୁକ ପୁଣି
ମିସଡ କଲରେ ପ୍ରେମ
ଇଏ ଏମିତି ସେମିତି ପ୍ରେମ ନୁହେଁ
ନାଆଁ ତାର ଇ - ପ୍ରେମ ll
ସବୁଠୁ ଶସ୍ତା ପୁଣି ଶସ୍ତାରୁ ହିନସ୍ତା
ଏ ପ୍ରେମରେ ତ୍ୟାଗ ନାହିଁ
ଅଛି ସ୍ୱାର୍ଥର ପରିଭାଷା
ଯେଉଁଠି ଭୋଗ ବିଳାସ ସଙ୍ଗେ ଅଛି
ଦୈହିକ ମିଳନର ଆଶା ଓ ପ୍ରତ୍ୟାଶା ll
ଏଭଳି ପ୍ରେମର ଜୁଆରରେ
ଥରେ ପଡିଗଲେ ଭଟ୍ଟା
ବିଚ୍ଛେଦରେ ଚାଲେ ଗୋଟେ
ବିରାଟ ଧମାକା
ଅନ୍ତରଙ୍ଗ ମୁହୂର୍ତ୍ତର ବ୍ଲୁ ସିଡ଼ି
ଘୁରି ବୁଲେ ଏ ହାତରୁ ସେ ହାତକୁ
ଇଜ୍ଜତ ନିଲାମ ହୁଏ ବିଚ ବଜାରରେ
ପରିଶେଷେ ବଦନାମର ଶିକାର ହୋଇ
ଝିଅଟି କରେ ଆତ୍ମହତ୍ୟା ll
ପୁଣି କେଉଁଠି କେମିତି
ଏକ ତରଫା ପ୍ରେମ
ସମ୍ମତି ନମିଳିଲେ ପ୍ରତିଶୋଧ
ସବୁ ଅନୁଶାସନର
ଲକ୍ଷ୍ମଣ ରେଖା ଡେଇଁ
ଏସିଡ଼ ମାଡ଼ରେ ଚାଲେ
ତୀବ୍ର ପ୍ରତିବାଦ ll
ଏଇତ ଇ-ପ୍ରେମର ନିଚ୍ଛକ ସଂଜ୍ଞା
ବୈଷୟିକ ଜ୍ଞାନ କୌଶଳରେ
ପରିବ୍ୟାପ୍ତ ଏହାର ଫର୍ମୁଲା
ଓ ଉତ୍ସୃଙ୍ଖଳତାର ପରିଭାଷା
ଧ୍ୱଂସମୁଖୀ ଯୁବ ପ୍ରତିଭାଙ୍କ
ଆଶା ଓ ଭରସା ll
