ହ୍ୟାପି ସ୍ଲାପ୍ ଡେ
ହ୍ୟାପି ସ୍ଲାପ୍ ଡେ
1 min
148
ସକାଳୁ ସକାଳୁ ପ୍ରିୟାକୁ ମୋହର
ଯାଇଥିଲି ବନ୍ଧୁ ଭେଟି
ଯାହା ଘଟିଗଲା ସେଇଠାରେ ସବୁ
କହୁଛି ମୁଁ ଗୋଟି ଗୋଟି
ସୁକୁମାରୀ ମୋର ଗେହ୍ଲେଇ ପ୍ରିୟାଟା
ବସିଥିଲା ମନ ମାରି
ମୁଁ କହିଲି ପ୍ରିୟା ଡେରି ହେଲା ଟିକେ
ଆଇ ଏମ୍ ଭେରି ସରି
ଏଇ କଥା କହି ହାତଟିକୁ ମୋର
ତା କାନ୍ଧରେ ଦେଲି ରଖି
ହାତଟିକୁ କାଢି ତା କାନ୍ଧ ଉପରୁ
ଠୋ ଠୋ ଦେଲା ସେକି
କହିଲା ହେଇଟି ମନ ଯେ ତୁମର
ଉଣା କର ନାହିଁ ଜମା
ସ୍ଲାପ୍ ଡେଟିକୁ ପାଳିବା ପାଇଁ ଯେ
ଏତେ ସବୁ ମୋର ଡ୍ରାମା
