STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ହୁଁ ! ମାରିଲେ କହେ ! ମୁଁ !

ହୁଁ ! ମାରିଲେ କହେ ! ମୁଁ !

1 min
14.2K


ହୁଁ ! ମାରିଲେ କହେ ! ମୁଁ !

ହୁଁ ! ମାରିଲେ କହେ ! ମୁଁ ! , ହୁଁ ! ମାରିଲେ କହେ । ପାହାଡ଼ ସେପାରି ଥିଲା, ଗୋଟିଏ ଛୋଟ ଗାଁ , ସେଇ ଗାଁ ରେ ଥିଲା ଅନାଥିନି ତୋର ମା, ଆସିଲା ଦିନେ ସପନ ରାଇଜୁ, ଜଣେ ରାଜ କୁମାର, ଚଢି ମନ ପବନ ଘୋଡା, ମନ ଭୁଲାଣିଆ କହି କଥା, କରିଲା ସେ ଆପଣାର ତୋ ମା ସହ କଲା ଗନ୍ଧର୍ବ ବିବାହ, ପ୍ରିତିର ଅର୍ଘ୍ୟା ସ୍ୱରୂପ , ତୁ ଆସିଲୁ ପୁଅ, ପରି ରାଇଜୁ ମୋ କୋଳକୁ, ଦେଲୁ ମତେ, ଅବାଞ୍ଚିତମାତୃତ୍ଵ ର ସନ୍ଧାନ, ରାତି ସରିଗଲା କଥା ସରିଗଲା ଭାବି ଚାଲି ଗଲା ସେ ରାଜ କୁମାର ଅନ୍ଧ ର ଲୁହୁଡ଼ି ସଜାଇ ତତେ ପାଳୁଛି ତୋର ମା, ଦୁଖଃ ! ସବୁ ତୋ ମା ସହି ବଂଚିଛି ତୋ ମା ଚାହିଁ ତୋର ଚାନ୍ଦ ଉଦୁଇଆ ମୁହଁ , ହୁଁ ! ମାରିଲେ କହେ ! ମୁଁ ! ହୁଁ ! ମାରିଲେ କହେ !

ରାମ ବିଶୋଇ (କାଶ୍ୟପ), ରାୟଗଡ଼ା । ତା-୨୩-୦୬-୧୬ ସକାଳ-୮-୦୫ ମି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍