STORYMIRROR

Ajit Kumar Raut

Others

3  

Ajit Kumar Raut

Others

ହୁଲ ଦିବସ

ହୁଲ ଦିବସ

1 min
239


ହୁଲ ଦିବସଟି ତିରିଶି ଜୁନରେ

ଝାଡ଼ଖଣ୍ଡେ ଆୟୋଜିତ,

ସ୍ୱତନ୍ତ୍ର ସଂଗ୍ରାମୀ କାନ୍ତିକାରୀ ଦୁହେଁ

ଶ୍ରଦ୍ଧାଞ୍ଜଳି ଆୟୋଜିତ।୧।


ଇଂରାଜୀ ବିରୁଦ୍ଧେ ଆନ୍ଦୋଳନ ତାଙ୍କ

ଚାଷ କର ପାଇଁ ହେଲା,

ବଢାଇ ଥିଲେ ସେ ଚାଷକର ଅତି

ବିରୋଧର ସ୍ୱର ହେଲା।୨।


ଇଂରେଜମାନଙ୍କୁ ନ ଦେବେଟି କର

ସ୍ୱତନ୍ତ୍ର ଘୋଷଣା କଲେ,

ସିଦ୍ଧୁ କାହ୍ନୁ ସେହୁ ବୀରତ୍ବରେ ଭରା

କାନ୍ତିକାରୀ ସେହୁ ହେଲେ।୩।


ଇଂରାଜୀ ବିରୁଦ୍ଧେ ଚାନ୍ଦ ଭୈରବ ଓ

ଭଉଣୀ ଫୁଲୋ ଓ ଝାନୋ,

ଏକତ୍ରିତ କଲେ ଆଦିବାସୀ ଜନ

କୋଡିଏ ହଜାର ଜବାନ।୪।


ଇଂରାଜୀ ବିରୁଦ୍ଧେ ଆନ୍ଦୋଳନ ହେଲା

ଅତି ଭୟଙ୍କର ସେହୁ,

ପାରମ୍ପାପାରିକ ଅସ୍ତ୍ରଶସ୍ତ୍ରେ ପୁଣି

ଜଡ଼ିତ ହୋଇଲା ସେହୁ।୫।


ଧନୁତୀର ଫାର୍ଶା ଟଙ୍କାର କରିଲା

ଇଂରାଜୀ ବିରୁଦ୍ଧେ ତହିଁ,

ସ୍ୱତନ୍ତ୍ର ଘୋଷଣା କରିଲେଟି ବୀର

ଗରା କମ୍ପି ଗଲେ ତହିଁ।୬।


ଚାଷକର ଆଉ ନ ଦେଲେ ତାହାଙ୍କୁ

ସ୍ୱାଧୀନତା ମନ୍ତ୍ର ଏହୁ

ବ୍ରିଟିଶ ଶାସକ ଅତି ଅତ୍ୟାଚାରୀ

କୂଟନୀତି କଲା ସେହୁ।୭।


ଶକ୍ତିବଳେ ତାଙ୍କୁ ବନ୍ଦୀ କଲା ଡରି

ଅତି ଅତ୍ୟାଚାରୀ ସେହୁ,

ଫାଶୀ ଦେଲା ସେହୁ ନିର୍ମମ ହୋଇଣ

ବଡ଼ ଅତ୍ୟାଚାରୀ ସେହୁ।୮।


ସାନ୍ତାଳୀ ବୀରଙ୍କ ଗୌରବର ଗାଥା

ଗୁଞ୍ଜନ କରିଲା ଦେଶେ,

ମା'ଭାରତୀ ପାଇଁ ବଳିଦାନ ତାଙ୍କ

ନାମ ରହି ଗଲା ବିଶ୍ୱେ।୯।


କୋଟି କୋଟି ମୋର ପ୍ରଣିପାତ ତାଙ୍କୁ

ବାସ୍ତବିକ ହିରୋ ସେହୁ,

ଜନତା କଲ୍ୟାଣେ ଆନ୍ଦୋଳନ ତାଙ୍କ

ପ୍ରେରଣାର ହିରୋ ସେହୁ।୧୦।


ହୁଲ ଦିବସଟି ତିରିଶି ଜୁନରେ

ଝାଡ଼ଖଣ୍ଡେ ଆୟୋଜିତ,

ସ୍ୱତନ୍ତ୍ର ସଂଗ୍ରାମୀ କାନ୍ତିକାରୀ ଦୁହେଁ

ଶ୍ରଦ୍ଧାଞ୍ଜଳି ଆୟୋଜିତ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍