STORYMIRROR

Sachidananda Kar

Others

3  

Sachidananda Kar

Others

ହୁଅ ନାହିଁ ରାଗି ତମ୍ ତମ୍

ହୁଅ ନାହିଁ ରାଗି ତମ୍ ତମ୍

1 min
220


   ଡମ୍ ଡମ୍ ଡିଗା ଡମ୍ ଡମ୍

   କଳା ମେଘ ଖଣ୍ଡେ ଆକାଶେ ଦେଖିଲେ

           ମୟୂର ନାଚଇ ଛମ୍ ଛମ୍ ।।


   ଡମ୍ ଡମ୍ ଡିଗା ଡମ୍ ଡମ୍

   ଗୀତ ଛନ୍ଦେ ଛନ୍ଦେ ପାଦର ଘୁଙ୍ଗୁର

      ରହି ରହି ବାଜେ ଝମ୍ ଝମ୍ ।।


   ଡମ୍ ଡମ୍ ଡିଗା ଡମ୍ ଡମ୍

   ହେଲେ ଗୀରିଷମ କିଦିନ କିରାତି

       ଝାଳ ବହୁଥାଏ ଗମ୍ ଗମ୍ ।।


   ଡମ୍ ଡମ୍ ଡିଗା ଡମ୍ ଡମ୍

   ବାହା ବରତରେ ତା' ପଛକୁପଛ

      କାମ ଲାଗିଯାଏ ଧମ୍ ଧମ୍ ।।


    ଡମ୍ ଡମ୍ ଡିଗା ଡମ୍ ଡମ୍

    ଗହଳି ଜାଗାରେ ମୋଟର ଗାଡିର

       କାହାଳୀ ବାଜଇ ପମ୍ ପମ୍ ।।


    ଡମ୍ ଡମ୍ ଡିଗା ଡମ୍ ଡମ୍

    ଅଜାଙ୍କ ଉପରେ ରୋଷକଲେ ଆଈ

        ବାଟ ଚାଲୁଥାଏ ଦମ୍ ଦମ୍ ।।


    ଡମ୍ ଡମ୍ ଡିଗା ଡମ୍ ଡମ୍

    ଶିବଙ୍କୁ ପୂଜାରୀ ପୂଜା କରେ ଡାକି

        ବମ୍ ବମ୍ ଭୋଲେ ବମ୍ ବମ୍ ।।


    ଡମ୍ ଡମ୍ ଡିଗା ଡମ୍ ଡମ୍

    କେତେବେଳେ ହେଲେ କାହାରି ଉପରେ

         ହୁଅ ନାହିଁ ରାଗି ତମ୍ ତମ୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍