ହଟିଆ ଠାକୁର ୧
ହଟିଆ ଠାକୁର ୧
1 min
11.6K
ଅଧାଗଢା ଦିଅଁ ହଟିଆ ଠାକୁର
ଚକା ଚକା ଆଖି ନାଲିଆ ଅଧର
ଅଧର ବି ଅଧା ହସ ଟି ସୁନ୍ଦର
ତୋ ରୂପଲାବଣ୍ୟ ଶୋଭା ମନୋହର
ପଦ୍ମପାଦ ତୁହି ପାଦ ବି ନଥାଇ
ଅଧା ବାହୁ ବହି ମହାବାହୁ ତୁହି
ସବୁ ଶୁଣୁ ପ୍ରଭୁ କାନ ବି ନଥାଇ
ଅଧା ସବୁ ହୋଇ ପୂର୍ଣ୍ଣବ୍ରହ୍ମ ତୁହି
ରୂପକୁ ନଦେଖି ପରଖୁ ଅନ୍ତର
ରଙ୍ଗ ଭେଦ ନାହିଁ ନିଳାଚଳେ ତୋର
ଭାବକୁ ନିକଟ ଅଭାବେ ତୁ ଦୂର
କଳାକାହ୍ନୁ ମୋର କାଳିଆ ଠାକୁର
ଭାବେ ବନ୍ଧା ତୁହି ଆହେ ଭାବଗ୍ରାହୀ
ତୋପରି ଦିଅଁ ସାରା ଜଗତେ ନାହିଁ
କୋଟିକନ୍ଦର୍ପ ରୂପ କରେ ମୋତେ ବାଇ
ଜୀବଯାଉ ମୋର ତୋ ଶ୍ରୀମୁଖ ଚାହିଁ ।
