STORYMIRROR

Ajit Kumar Raut

Others

4  

Ajit Kumar Raut

Others

ହତାଦର

ହତାଦର

1 min
219


କିମ୍ପା ହତାଦର କରୁ ମାତୃଭାଷା 

 ନକରୁ କିମ୍ପା ସମ୍ମାନ?

ପୁଅ ତୁ ଓଡ଼ିଆ ଜନନୀ ଓଡ଼ିଆ

 କାହିଁ ମାତୃଭାଷା ଧ୍ୟାନ।


ଭୁଲୁଛୁ କିମ୍ପାରେ ଇତିହାସ ତୋର?

  ବାର ଶହ ବର୍ଷ କଥା 

ନଥିଲେ କଳିଙ୍ଗେ ରାଜା ମହାରାଜା

 ଅଶୋକ ସମ୍ରାଟ ଯଥା।


ତାଙ୍କ ଆକ୍ରମଣ କଳିଙ୍ଗ ଭୁଇଁରେ

  ଉଦଣ୍ଡ ଅଶୋକ ସ୍ମୃତି 

ରକ୍ଷା ମାତୃଭୂମି ପାଇଁ ଯୁଦ୍ଧ କଲେ

  ରହିଛି ବୀରତ୍ୱ କୀର୍ତ୍ତି


ସମ୍ରାଟ ଅଶୋକ ଜ୍ଞାନର ଭୂଇଁଟି

 ଓଡ଼ିଆଙ୍କର ବୀରତ୍ୱରୁ

କହିଲେ ସମ୍ରାଟ ମାଗ ଯାହା ଇଚ୍ଛା

  ଖୁସି ଅତି ବୀରତ୍ୱରୁ।


ଶୁଣି କୁହେ ଏକ କଳିଙ୍ଗ ମହିଳା

 ଶୁଣରେ ସମ୍ରାଟ ଧୀରେ 

ତବ ଯୋଗୁଁ ମଲା ପୁତ୍ର ମଣି ମୋର

 ସମ୍ରାଟ ଦିଅହେ ମୋରେ।


ମାତାର ବଚନେ ଚିନ୍ତିତ ସମ୍ରାଟ

 ଦ୍ରବିତ କଠୋର ହୃଦ 

ବଚନ ମୋହର ବୃଥା ହେଉ ଅଛି

 ଅତିହିଁ ଯନ୍ତ୍ରଣା ହୃଦ।


ମାତାର ପୁତ୍ରକୁ କେଉଁଠି ଆଣିବି

 ମଲା ଯୁଦ୍ଧେ ମାତା ପୁତ୍ର 

ଧିକ୍କାର ମୋ ଯୁଦ୍ଧ ତୁଚ୍ଛ ପରାକ୍ରମ

 ଦେଇ ପାରୁ ନାହିଁ ପୁତ୍ର।


କଠୋର ଅଶୋକ ହୋଇଲା କମଳ 

 ମାତା ପଦେ ପଡ଼ି ଗଲା 

ଆଜି ଠାରୁ ମୁହିଁ ଯୁଦ୍ଧ ନ କରିବି

 ପାଦ ମାତା ଧରି ଦେଲା।


କ୍ଷମା କର ମାତେ ଆଜି ଠାରୁ ମୁହିଁ

 ହେଲି ପୁତ୍ର ମୁହିଁ ତୋର 

ପୁତ୍ର ତୋର ହୋଇ ପୁତ୍ରର କର୍ତ୍ତବ୍ୟ

 ପୂରଣ କରିବି ତୋର।


ଜ୍ଞାନର ସନ୍ଦେଶ ଦିଏ ଯେଉଁ ଭୂଇଁ

 କରୁ କିମ୍ପା ହୀନିମାନ 

କଳିଙ୍ଗ ଭୁଇଁର ଉତ୍କଳ ଭାଷାର

 କିମ୍ପା ନାହିଁରେ ସମ୍ମାନ?


ପୌରାଣିକ ଭାଷା ମୁନି ଋଷି ଭାଷା

 ଓଡ଼ିଆ ସଂସ୍କୃତି ପରା 

ପୂର୍ବର ଗୌରବ ଗୁଞ୍ଜୁ ଅଛି ବିଶ୍ବ

 ଜ୍ଞାନର ସାଗର ପରା।


ଜଗତ ଠାକୁର ପ୍ରଭୁ ଜଗନ୍ନାଥ

 ବାନା ଗୁଞ୍ଜେ ବ୍ରହ୍ମାଣ୍ଡରେ 

ବଡ଼ଦେଉଳରେ ବିରାଜ ମାନସେ

 ପୁରୀ ଧାମ ଉତ୍କଳରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍