ହସ୍ତୀନି
ହସ୍ତୀନି
1 min
353
ଲେଲିହାନ ତୋର ଭାବର ଅନ୍ତର
ପୋଡାଇ ଜଳାଇ ମାରେ
ଦର୍ପଣ ଭଳି ଚିକ୍କଣ ତୋ ଦେହ
ପ୍ରତିବିମ୍ବ ଫଳେ ଖରେ ll
ମାତାଲ ଆଖିର ସମୁଦ୍ର ଚାହାଣି
ଢେଉ ତୋ କୁଚର କୁମ୍ଭ
କନ୍ଦର୍ପ ଦେଖି କପାଳ ସୁମରେ
ହରାଇ ବସଇ ଦମ୍ଭ ll
ଦନ୍ତ ପନ୍ଥୀ ତୋର ମଲ୍ଲି ପାଖୁଡା
ଶ୍ୱାସରୁ ନିଗମେ ବାସ
କେଶ ରାଜି ତୋର ଗଜିନି ହରଷେ
ଗିରିରାଜ କରେ ଗ୍ରାସ ll
ନିତମ୍ବ ଦୋହଲେ ପାଦକୁ ପଦାକୁ
କାମୁକ ଭାବକୁ ମନ୍ତର ମାରେ
ଆଲିଙ୍ଗନ ଭାଵ ଭିଭୋର କରଇ
ଦାଣ୍ଡ ଇଜ୍ଜତକୁ ଭାବନା ଡରେ ll
ଚାଲି ତୋହର ହସ୍ତୀନିର ପଣ ଭାଙ୍ଗେ
ଏ ମହୀ ତଳେ ଅଛି କେ କାମୁକି
ମେଳ ଖାଇବ ତୋ ସଙ୍ଗେ ll
