STORYMIRROR

Sushree sangita Swain

Others

3  

Sushree sangita Swain

Others

ହସ୍ତ ରେଖା

ହସ୍ତ ରେଖା

1 min
11.5K

ହଁ ହଁ ମୁଁ ପଢିପାରୁଛି

ତୁମ ମୁଁହ ଖାତାରେ ଦୁଃଖର ହସ୍ତାକ୍ଷରକୁ,

ଜଳ ଜଳ ହୋଇ

ଦିଶୁଛି ତୁମ ଭବିଷ୍ୟତ ଛବି ଆଇନାରେ

ତୁମ ବର୍ତମାନକୁ ଦେଖି

ହଲପ କରି କହିପାରେ

ଅତୀତରେ ଖୁସି ଥିଲ ମୋ ସାଥେ

ହସୁଥିଲ, ଗପୁଥିଲ, ସାଉଁଟୁ ଥିଲା

ବିକ୍ଷିପ୍ତ ଖୁସି ଗୁଡିକ

ସ୍ବପ୍ନକୁ ହାତ ମୁଠାରେ

ଧରୁଥିବା ପାପୁଲିରେ

ଏବେ କିନ୍ତୁ ମୁଁ ଦେଖୁଛି

ଅଙ୍କା ବଙ୍କା ରେଖା ଗୁଡିକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍