STORYMIRROR

Sarada Parida

Others

3  

Sarada Parida

Others

ହସକୁରି ଝିଅ

ହସକୁରି ଝିଅ

1 min
14.2K


ଏବେ ଏବେ.

କଲେଜ ଯାଉଥିବା ସେ ଝିଅ

ଛଳ ଛଳ

ଢଳ ଢଳ

କେବେ କେବେ ଆଖିରେ

ଗୁଡାଏ ଭାବର ବନ୍ୟା

କେବେ କେଉଁ ଏକ ଅଜଣା

ପୃଥିବୀକୁ ଉଡିଯିବାର ଇଛା

କେତେ ସ୍ଵପ୍ନ

ସବୁଗୁଡୁକ କହିପାରେନି ସେ ଆଖି

ପ୍ରେମ କି ?

ଜୀବନ କୁ ଜାଣିବାର ଇଛାକି ?

ସେଇ ହସଟାଏ

ପରଖା ହୁଏ

ସଂସ୍କାରର

ଚରିତ୍ର ର ବିଶ୍ଳେଷଣ

ସତୀତ୍ଵର ପୋଷ୍ଟମଟମ ।

ସେମାନେ ସେମିତି ପରଖୁଥାନ୍ତି

ତାର ରୂପ , ମୋହ

ଅସ୍ତିତ୍ୱ ଅବୟବ

ଶେଷକୁ ପୁଣି ହସି ଦେଇଯାଏ

ଏବେ ଏବେ କଲେଜ ଯାଉଥିବା

ସେ ହସକୁରି ଝିଅଟା

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍