STORYMIRROR

Hitesh Mohapatra

Others

3  

Hitesh Mohapatra

Others

ହସିଦିଏ

ହସିଦିଏ

1 min
266

ବେଳେ ବେଳେ

ମୁଁ ମୋ ନିଜ ସହ କଥା ହେଉଥାଏ

କେଜାଣି କଣଗୁଡାଏ

ଗୁଣୁ ଗୁଣୁ ହୋଇ

କହି ଯାଉଥାଏ

ହଠାତ ପାଖରେ କିଏ ନଥିବା ଦେଖି

ମୁଁ ମୋ ନିଜ ଉପରେ ହସିଦିଏ । ୧


ଏକୁଟିଆର ମଜା ହିଁ ଅଲଗା

ଟି.ଭି.ରେ ନିଉଜ୍ ଦେଖି

କେବେ ଗାଳି କରୁଥାଏ

କେବେ କମେଡି ଦେଖି

ଜୋର୍ ଜୋରେ ହସୁ ଥାଏ

କ୍ରିକେଟ୍ ଦେଖି କେବେ

ଖାଇବା ଭୁଲିଛି

ତ କେବେ ସେହି କ୍ରିକେଟ୍ ପାଇଁ

ଭୋକ ମରିଛି

ହଠାତ ପାଖରେ କିଏ ନଥିବା ଦେଖି

ମୁଁ  ମୋ ନିଜ ଉପରେ ହସିଦିଏ । ୨


ନିଜ ଉପରେ ହସିଦେଲେ

କାହିଁ କେଜାଣି ବହୁତ ହାଲକା ଲାଗେ

ଏ କବିତା  ଯଦି କିହେ ପଢ଼େ

ସେ କଣ ବୁଝିବ ମୁଁ ଜାଣିନି

ମାତ୍ର ପାଖରେ କିଏ ନଥିବା ଦେଖି

ମୁଁ  ମୋ ନିଜ ଉପରେ ହସିଦିଏ । ୩



Rate this content
Log in