STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ହସେ ଏ ପରାଣ ଉଲ୍ଲାସେ

ହସେ ଏ ପରାଣ ଉଲ୍ଲାସେ

1 min
232

ତୁମେ ପରା ସାଥି  ମନ ଉପବନ

 ସଜ ମନୋହର କଳିକା

 ମଲ୍ଲୀ,ହେନା ମେଳେ ଫୁଟି ସୁରଭିତ କରୁଛ,

 ବିଥିକା କୁଞ୍ଜେ ମଞ୍ଜରୀ ବୃନ୍ତେ

 ମୋ,ମନ ଉପବନ ବାଟିକା ।।


 ଫୁଟିଛି ସରୋଜ ଚନ୍ଦ୍ର ମୁଖ ସତେ

 ରଙ୍ଗ କି ଉଦିତ ଅରୁଣ

 କାନ୍ତି ଝଟକେ  ତଡିତ ଚମକ ଲୁଚଇ

 ଏ ମନ ଆକାଶେ ଦେଇଛ ବିଛାଇ

 ସାତ ରଙ୍ଗ ର କିରଣ ।।


 ଲାଜେଇ ଲତିକା ଲୋଟି ଯାଇଅଛ

 ଥୁଣ୍ଟା ବୃକ୍ଷ ରଞ୍ଜା ପରେ

 ତୁମରି ପରଶେ  ମନ ମୋହାଛନ୍ନେ ଆବେସେ

 ତୁମ ସୁରଭିତ କୁସୁମ ବାସରେ

 ମୁଁ, ଉଲ୍ଲାସେ ନାଚଇ ସଧୀରେ ।।


 ଗୋଲାପୀ ଅଧରେ ମଧୁମୟ ସ୍ଵର

 ସତେକି ବସନ୍ତ ବାୟସ

 କିବା ବାକ୍ୟ ଦେବୀ  ବୀଣା ତାର ସ୍ଵର ଝଙ୍କାରେ

 ଝଙ୍କାରିତ କରି ଆନମନା କରେ

 ପ୍ରାଣ, ପ୍ରାଣବନ୍ଧୁ ନାରୀସ ।।


 ସୁରପୁର ନାରୀ  ସରି ଅପସରୀ

 ନୋହିବେ ତୋ ସମ ସମାନ

 ମାର ଫୁଲଶର ହୋଇଯାଏ ସ୍ଥିର ସେ ରୂପେ

 ସେହି ପ୍ରିୟବତୀ ପ୍ରେମମୟୀ ସତୀ

 ମୋ, କାୟା,ଛାୟା,ଜୀବ ଜୀବନ ।।



Rate this content
Log in