ହସ
ହସ
1 min
9.5K
କାହାପାଇଁ ଖୁସିର ଖୋରାକ ସିଏ
କାହାପାଇଁ ମୁଖର ସୌନ୍ଦର୍ଯ୍ୟ
କାହାପାଇଁ ଅଭିନୟ କଳା ସିଏ
କାହାପାଇଁ ଶାଳୀନ ଔଦlର୍ଯ୍ୟ ।
କାହା ମୁଖେ ଭାରି ମାନେ
କାହାକୁ ପୁଣି କରେ ଅସହଜ
କାହା ପାଇଁ ତୃପ୍ତିଭରା
କାହାକୁ ପୁଣି ସଜାଏ ନିର୍ଲଜ୍ଜ ।
କାହାକୁ କିମିଆ କରେ
କରିଦିଏ ହୃଦୟରେ ଘର
କାହାପାଇଁ ଆଣେ ସର୍ବନାଶ
କରିଦେଇ ସବୁ ଛାରଖାର ।
ଓଠ ତଳେ ଘର ତାର
ଲାଗେ ସେତ ଭାରି ପାରିବାର. ॥
