ହସ
ହସ
1 min
196
ହସି ପାରିବାର ଭାଗ୍ଯ କେବଳ
ତମେ ଦେଇପାର ଈଶ୍ବର
ଅମୂଲ୍ଯ ଦାନ ଏ ମାନବ ପାଇଁ କି
ମହାନ୍ ସୃଷ୍ଟି ତୁମର ।
କାହାର ମୁଁହରେ ଖିଏ ହସ ପୁଣି
ଦେଇପାରେ ଜୀବନ୍ୟାସ
ସାର୍ଥକତା ଆଣେ ମଣିଷ ଜୀବନେ
ହରିବାକୁ ଦୁଃଖ ତ୍ରାସ ।
ହସ ଲୁହର ଏ ଦୁନିଆ ଭିତରେ
ହସ କେବେ ପୁଣି ଲୁହ
ଲୁଚକାଳି ଖେଳେ ମନ ମନ୍ଦିରରେ
ବହେ ଯେ ସମୟ ସୁଅ ।
ଅନନ୍ଯ ହସର ଅନୁଭବ ଅଟେ
ଶ୍ରେଷ୍ଠ ସୃଷ୍ଟି ମଣିଷର
ହସେ ନାହିଁ ଖାଲି ହସେଇ ପାରେ ଯେ
ମହାନ ଭାଗ୍ଯଟି ତା'ର ।
ଦୁଃଖ ଭିତରେ ବି ହସେଇବା ପାଇଁ
ହବା ନାହିଁ କୁଣ୍ଠିତ
ଅମୃତ ସମ ହସ ବାଣ୍ଟିବାକୁ
କରିବା ଜୀବନେ ବ୍ରତ।।
