STORYMIRROR

SUSMITA MISHRA

Others

4  

SUSMITA MISHRA

Others

ହସ

ହସ

1 min
346

ହସ ରେ ହସ  

ତୋ ଠାରେ ଥାଏ କି ରସ 

ତତେ ଯିଏ ଦେଖେ  

ହୁଏ ସେ ବଶ ।


କେତେ ପ୍ରକାରର  

 ଅଟୁ ରେ ହସ  

ହାହା ହିଃହିଃ ହୁହୁ 

ସବୁଠୁ ସୁନ୍ଦର ତୋର ମୁରୁକି ହସ।


ମନର ଦୁଃଖ ଦୂର ହୁଏ 

 ଶରୀର ଆନନ୍ଦ ପାଏ 

ରାଜା ପରି ଖୋଲିକି ହସିଦେଲେ 

ହା ହା ହସ ହା ହା ହସ ।


ବହୁ ଦିନ ପରେ  

 ଦୁଇ ସଖୀ ଭେଟ ହେଲେ 

କିଛି ଅଭୁଲା କଥା 

    ପକେଇ ମନେ 

ହସିଥାନ୍ତି ଦୁଇ ଜଣେ 

ହିଃ ହିଃ ହସ ହିଃ ହିଃ ହସ।


ଯେବେ ହୁଏ ଭେଟ 

  ଟାଉଟୁରିଆ ଦୁଇ 

ପର ଛିଦ୍ର କଥା କହି କହି 

ଅନ୍ୟକୁ ଟାହି ଟାପରା କରି 

ନିଜ ମୁହଁ ବନ୍ଦ କରି  

ହସନ୍ତି ହୁ ହୁ ହସ ହୁ ହୁ ହସ।


ଯିଏ ଦେଖେ ସିଏ ରସେ 

ଆଖି ହୋଇ ଯାଏ ଲାଖି 

ମନ ହୋଇ ଯାଏ ସଖୀ  

ହୃଦୟ ହୁଏ ପୁଲକିତ 

 ମନ ହୁଏ ରୋମାଂଚିତ 

ଦେଖି ଦେଲେ ତୋର ଏହି 

ମୁରୁକି ହସ ମୁରୁକି ହସ ।


ହସ ରେ ହସ  

 ତୋ ଠାରେ ଥାଏ କି ରସ 

ତତେ ଯିଏ ଦେଖେ  

 ସିଏ ହୋଇ ଯାଏ ବଶ 

ହୋଇ ଯାଏ ଵଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍