STORYMIRROR

Sujata Dash

Others

3  

Sujata Dash

Others

ହସ

ହସ

1 min
808


ହସ ଗୋ !

ଖିଲିଖିଲି, ମଖମଲି, ମୁଚୁକୁଂଦି

ସବୁ ତୁମରି ବିଶେଷଣ... ନୁହେଁକି ?

ଓଠ ଫାଙ୍କରୁ ଝରିପଡ କେବେ

ଦରଦୀ ହୃଦୟର ଅଭବ୍ୟକ୍ତି ନେଇ

କେବେ ଚାଲିଯାଅ ରଙ୍ଗ ବୋଳା ଅଧରକୁ

ହାଲ୍କା ଚୁମିଦେଇ

ପୁଣି କେବେ ହଜିଯାଅ ଆକର୍ଣ୍ଣବିସ୍ତୃତ ଓଠ ଭିତରେ

କେତେ ରୂପ ତୁମ ....କେତେ ବର୍ଣ

ଭୁଲିଯାଅନି ଗୋ

ଛଳନା ପ୍ରତାରଣା ଆଉ ବେପରୁଆ

ଏମାନେ ବି ସବୁ ତୁମରି ବଂଶଜ

ମାନିବାକୁ ହବ ତୁମକୁ

କେବେ ମଣିଷର ଖୋଳପା ଭିତରକୁ ଝାଙ୍କିକି ଦେଖିଚ?

"ମନଖୋଲା" ବିଶେଷଣ ଟି ମିଳିଛି କି ତୁମକୁ?

ଚୁପ ରହିଲ ଯେ ?

ପାଇନାହଁ ନିଶ୍ଚେ

ବୋଧହୁଏ.... ବିଲୁପ୍ତ ହୋଇଯାଇଛି ସିଏ

ଶୂନ୍ୟତା ର ସିଡିଚଢ଼ି

ବିଳାପ କରୁଥିବା ଆତ୍ମାମାନଙ୍କର କ୍ରନ୍ଦନରୋଳ ରେ

ସାମିଲ ହୋଇଯାଇଛି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍