ହସ
ହସ
1 min
11.6K
ଓଠ ଧାର ରେ ଚେନାଏ ହସ
କହଇ ମନ କଥା
ସାତ ପରକୁ କରେ ନିଜର
ହରେ ସକଳ ବ୍ୟଥା ।
କା ମନତଳେ କେତେ ଯେ ଦୁଃଖ
ହୁଅଇ ନାହିଁ ବାରି
ପର ଆପଣା ଭେଦ ନ ରଖି
ଦେବାରେ ଖୁସି ଭରି ।
କାହାକୁ କେବେ କହିବା ନାହିଁ
ଅସହ୍ୟ କଟୁକଥା
ସେ କଥାଶୁଣି କେହି ନୀରବେ
ନ ପାଉ ମନେ ବ୍ୟଥା ।
ଖୁସି ଠୁ ବଡ ସୁଖ ସମ୍ପଦ
କିଛି ଜୀବନେ ନାହିଁ
ଅତି ଯତନେ ସଭିଙ୍କ ମନେ
ହସ ଯିବା ରେ ଦେଇ ।
