STORYMIRROR

Chittaranjan Nanda

Others

3  

Chittaranjan Nanda

Others

ହୃଦୟଟା ନାହିଁ ସ୍ୱଚ୍ଛ ନିଷ୍ଫଳ ଭାବ

ହୃଦୟଟା ନାହିଁ ସ୍ୱଚ୍ଛ ନିଷ୍ଫଳ ଭାବ

1 min
222


ନିଷ୍ଫଳ ହୁଏ ମନର ଭାବନା 

ହୃଦୟଟା ଯେବେ ସ୍ୱଚ୍ଛ ନାହିଁ 


ତୁମେ ସାହିତ୍ୟିକ, ଖୋଜିବାରେ ଥାଅ 

ସମାଜର ହିତ

ନାହିଁ ଅବକାଶ, ସାହାସେ ବ୍ଯସ୍ତ ଥାଅ 

ହୋଇ ଉପସ୍ଥିତ


ଧନୀ ନୁହଁ ତୁମେ, ଦେଇ ପାରିବିନି ଧନ 

ସମ୍ପତି ଉପହାର

ଭାବନା ଶକ୍ତି ଅଛି ତମ ପାଶେ, ଦିଅ ତ

କବିତା ଶୁଭେଛା ହାର


ଶାନ୍ତ ସ୍ୱଭାବ ଭାବୁକ ଚିତ୍ତରେ ଶବ୍ଦକୁ 

ସଂଯୋଗ କରି

ଭାଷାକୁ ଭାବନା ଦେଇ ଛନ୍ଦ ଛାନ୍ଦରେ 

ତିଆର କର ପଦ୍ୟ ଚାତୁରୀ


ଅବିଶ୍ରାନ୍ତ ଲେଖିଯାଅ, ଯାହା ଆସେ ତୁମ

ମନ ମାନସରେ 

ବାଣ୍ଟି ଦିଅ ମଣିଷ ସମାଜକୁ ଖୁସି, ଯେତେ 

ଥାଆନ୍ତି ଦୁଃଖରେ 


ଲେଖକର ମନ ପକ୍ଷୀ ଏକ ମୁକ୍ତ ବିହଙ୍ଗମ, 

ନଥାଏ ପଞ୍ଜୁରୀ ଭିତର 

ବିବେକାନୁଯାୟୀ ହୋଇଲେ ପରିଚାଳିତ, 

ସୃଷ୍ଟି ହୁଏ ଅଦୃଶ୍ୟର ଗନ୍ତାଘର


ମହତ୍ ତତ୍ତ୍ୱକୁ ଜ୍ଞାନୀ ଜାଣି ଥାଏ, ମନକୁ 

କରିପାରେ ସେ ଆୟତ୍ତ

ସତ୍ୟ ଧର୍ମ ପଥେ ସଦା ଚାଲୁ ଥାଏ, ତାର

ନିହିତ ଗନ୍ତବ୍ୟ ସତ୍ୟ ପଥ


ଯୋଡି ହୋଇଥିଲେ ବିବେକ ସଂଯମ ଡୋରିରେ 

ଅନାବିଳ ପ୍ରେମ ଭରେ 

ଚଉଦିଗେ ଦେଖେ ସ୍ନେହ, ଶାନ୍ତିର ଛନ୍ଦ ଗଢି, ଦିଏ 

ଶାନ୍ତିର ବାର୍ତ୍ତା ଏହି ସଂସାରେ


ମନପକ୍ଷୀ ଯଦି ମୋହ ହିଂସା ଇର୍ଷା କ୍ରୋଧରେ

ଛନ୍ଦି ହୋଇ ରହି ଥାଇ

ନ ପାଏ ଆଲୋକ, ନାହିଁ ଅନାବିଳ ଭାବନା, ଲୋଭ 

ମୋହରେ ନିରନ୍ତର ଜଡିତ ହୁଅଇ 

    

ସମ୍ପ୍ରତି ସମୟେ ଭାବନାର ଶକ୍ତି ବନ୍ଧା ହୁଏ 

ପଇସାର କରାୟତ୍ତେ 

ପଇସା ବଳରେ ବିକ୍ରି ହେଇଯାଏ କବିର ଭାବନା

ଲାଗେ ଦୁଃଖ କେତେ 

  

କିନ୍ତୁ ଯଦି ତୁମେ ଲେଖିବାର ନିହାତି 

ଅଭିପ୍ରାୟ ସତରେ ଭୁଲିଯିବ 

ପଢିଲେ ଆନନ୍ଦ ହୋଇପାରେ, ସତରେ

ଲେଖା କି ସାର୍ଥକ ହେବ 


ଗ୍ରହଣ କରିବ ମୋ ଭାବନାକୁ ହେ ମୋର

ସାହିତ୍ୟିକ ଭଉଣୀ ଭାଇ

ନିଷ୍ଫଳ ହୋଇବ ସୁନ୍ଦର କବି ମନର ଭାବନା

ହୃଦୟଟା ଯେବେ ସ୍ୱଚ୍ଛ ନାହିଁ 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍