STORYMIRROR

Niranjan Sahu

Others

3  

Niranjan Sahu

Others

ହୃଦୟରୁ କ୍ଷମା କରିବ

ହୃଦୟରୁ କ୍ଷମା କରିବ

1 min
245

ଲେଖିବା ଲୋକଟା ବଡ଼ନୁହେଁ ଭାଇ     

ପଢିବା ଲୋକଟା ବଡ଼

ପଢ଼ିବା ପାଇଁ ହିଁ ଲେଖକ ଲେଖୁଛି

ପଢିଲେ ଲେଖାଟି ବଡ଼ ।


ଲେଖକ ଭାବୁଛି ଲେଖାଟେ ଲେଖୁଛି

ଉପହାର ଦେଇଦିଏ

କବିତା ଟି ଯଦି ପାଠକ ପଢିଲେ

ଲେଖାଟି ର ଶୋଭା ପାଏ ।


ଲେଖକ ସିନା ଲେଖୁଅଛି ଜଣେ

ପଣେ ପାଠକ ପଢ଼ନ୍ତି 

ପଣେ ପାଠକ ଲେଖାଟି ପଢିଲେ

ଲେଖକ ଆନନ୍ଦ ପାଆନ୍ତି ।


ଏମିତି ଲେଖା ଲେଖିବ ଯେମିତି

ପଢିବାକୁ ଭଲ ଲାଗିବ

ସରଳ ଭାଷାରେ ଲେଖା ଲେଖିଥିଲେ

ସମସ୍ତଙ୍କୁ ଭଲ ଲାଗିବ ।


ଅର୍ଥ ବୁଝିବା ଯଦି କଷ୍ଟ ହେବ

କିଏ ବା ଲେଖାକୁ ପଢିବ

ପାଠକ ଯଦି ଲେଖା ନ ପଢ଼ନ୍ତି

ଲେଖାଟି ଅଲୋଡ଼ା ହୋଇବ ।


ଯାହା ସତକଥା ତାହା ମୁଁ ଲେଖିଲି

ମୋହର କଥା ନ ଧରିବ

ହେ ଲେଖକ ବନ୍ଧୁ ତୁମେ ଆର୍ଯ୍ୟବିନ୍ଦୁ

ମରମ କଥାକୁ ବୁଝିବ ।


ମୁହିଁ ନିରଞ୍ଜନ କରେ ନିବେଦନ

ମୋତେ ଭୁଲ ନ ବୁଝିବ

ଯଦି ଭୁଲ ଭାବ କ୍ଷମା ମାଗୁଅଛି

ହୃଦୟରୁ କ୍ଷମା କରିବ ।



Rate this content
Log in