STORYMIRROR

Nibedita Mishra

Others

2  

Nibedita Mishra

Others

ହୃଦୟର କଥା

ହୃଦୟର କଥା

1 min
14.2K


ଅନେକ ଅକୁହା

ଅବ୍ଯକ୍ତ ବେଦନା

ଚାପି ହୋଇ ରହିଥାଏ।

ଆପଣାର କେହି

ମିଳିଯାଏ ଯେବେ

ଅଚିରେ ସେ ବହିଯାଏ।

ମାନେନି କୌଣସି

କୂଳ କି କିନାରା

ଭୂଲିଯାଏ ବନ୍ଧବାଡ।

ଯଦି କେହି କେବେ

ରୋକିବାକୁ ଚାହେଁ

ଖାଏ ପ୍ରଖରତା ମାଡ।

ମାଡି ଚାଲିଥାଏ

ଆଗକୁ ଆଗକୁ

ସବୁ ବହି ଯିବା ଯାଏଁ।

ସରିଗଲେ ସବୁ

ନିରବେ ରୁହେ ସେ

ଆଉଥରେ ପୁରିବା ଯାଏଁ ।


ନିବେଦିତା ମିଶ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍