Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Others

3  

Subhakanta Sahu

Others

ହୃଦୟର ଗୁପ୍ତ ଗୀତ

ହୃଦୟର ଗୁପ୍ତ ଗୀତ

2 mins
14K


ହୃଦୟକୁ ସ୍ପର୍ଶ କଲା ପ୍ରୀତିର ବସନ୍ତ

ମନ ଦେଇ ବହିଗଲା ପ୍ରେମର ମଳୟ,

ତୁମେ ଯେବେ ହସିଦେଲ କିମିଆଁ ଚାହିଁକି

ଘେରିଗଲା ମୋତେ ଏକ ପ୍ରେମର ବଳୟ ।

ବର୍ଷା ହେଲା ବିନ୍ଦୁ ବିନ୍ଦୁ ପ୍ରେମର ଫଲଗୁ

ଓଠ କଥା ଲାଗୁଥିଲା ଫଗୁଣର କୁହୁ ।

ବ୍ୟଗ୍ର ଥିଲା କହିବାକୁ ତୁମ ଦୁଇ ଆଖି

ଚଞ୍ଚଳତା ଥିଲା, ପଡୁନଥିଲା ସେ ଥକି ।

ଟାଣି ନେଲ ହୃଦୟକୁ କିଣି ମୋର ମନ,

ତୁମେ ମୋତେ ଶିଖାଇଲ କ’ଣଯେ ପ୍ରେମ ।

ଭାବିଛି ଅନେକ ତୁମ ମନକୁ କିଣିବି,

ଛପି ଛପି ମୁଁ ତୁମର ହୃଦୟ ଜିଣିବି ।

କାହିଁକି ମୋ ମନ କଥା ମନେ ମରିଯାଏ,

ଅସ୍ତମିତ ସୂର୍ଯ୍ୟ ପୁଣି ଉଷା ତାରା ପ୍ରାୟେ ।

ବଡଘର ଝିଅ ତୁମେ ଅତି ଅଲିଅଳି,

ସୁବର୍ଣ୍ଣ କଣ୍ଢେଇ ଛାଡି ଖେଳିବକି ଧୁଳି?

ଧୂଳି ହୋଇ ସାଜନ୍ତି ମୁଁ କିପରି ଖେଳନା?

କାଳେ ତୁମେ ଖେଳିବାକୁ କରିଦେବ ମନା ।

ଉଜ୍ୱଳ ଆକାଶେ ତୁମେ ପୂର୍ଣ୍ଣିମାର ଜହ୍ନ,

ଧରିତ୍ରୀ ପୃଷ୍ଠରେ ମୁଁଯେ କାହିଁ ବା ବାମନ !

ତୁମ ଚତୁଃପାର୍ଶେ୍ୱ ଥିଲା ଆଭିଜାତ୍ୟ ବନ୍ୟା,

ବନ୍ୟା ପାରିବାକୁ ମୋର ଯୁ ନାହିଁ ଜମା ।

ତୁମେ ଦୁଧ ପିଉଥିଲ ଆଖି ବୁଜି ବୁଜି ,

ନ ଜାଣୀବା ଛଳନକୁ ଅଭିନୟ ରଚି ।

ଜହ୍ନ କୁ ମୁଁ କହିଥିଲି ଜାଳିଛି ଜାଗର,

ଆଖିରୁ ଝରାଇ ବର୍ଷା ରହି ଉଜାଗର ।

ପ୍ରେମର ଗୋଲାପ ହେଲା ମଉଳା ଆସନ୍ନ,

ତୁମ ପରଶରେ ଏବେ ନୂତନ ଜୀବନ ।

ନିର୍ଭୟର ଲମ୍ବା ହାତ ଦେଇଛ ବଢାଇ,

ତଥାପି ବିବେକ ସାଥେ ଚାଲିଛି ଲଢାଇ ।

କହିଦେଲେ କାଳେ ମୋର ହୋଇବ ଭଟକା,

ଚରିତ୍ରରେ ଫୁଟିଯିବ କଳଙ୍କ ଫୋଟକା ।

ପ୍ରେମ ଏକ ସେତୁବନ୍ଧ ଦୃଢ ବିଶ୍ୱାସର,

ଥିଲେ ତୁମ ସମର୍ଥନ ନାହିଁ ମୋର ଡର ।

ମନ ବଦଳିଲେ ପର କ୍ଷଣେ ଚାପେ ପଡି,

ଅନୁତାପେ ଛିଡିଯିବ ଧୌର୍ଯ୍ୟର ଦଉଡି ।

ତୁମେ ବଡଘର ଝିଅ ଦୋଷ ନ ଲାଗିବ,

କଳଙ୍କର ବନ୍ୟାଟିଏ ମୋ ଦେହେ ବହିବ ।

କହିଦେଲେ କରିବନି ମହା ପ୍ରଳୟଟେ,

ଚିଠି କହେ ତୁମେ ବିତ ଭଲ ପାଅ ମୋତେ ।

ଛଳନାର ପ୍ରଶ୍ନଟିଏ କି କହିବି ବୋଲି,

କହିବି ତୁମକୁ ମୁଁଯେ ଭଲପାଏ ଖାଲି ।

ଯାହା ଚାହୁଁଥିଲା ମନ ସବୁ ଦେଲିକହି,

କି କହିବ ବୋଲି ତୁମେ ରଖିଛ ଲୁଚାଇ ।

ଯାଣେ ମୁଁ କହିବ ତୁମେ ମୋତେ ଭଲପାଅ,

ନ ଲୁଚାଇ ସବୁକଥା ଖୋଲି କହିଦିଅ ।

ଏ ବ୍ୟତୀତ ତୁମେ ଯଦି ଭାବ ଅନ୍ୟ କିଛି,

ଭୁଲ୍ ବୁଝିବନି ମୋତେ ନଭାବିବ କିଛି ।

ମନା କରିଦେଲେ ପାଦ ଦେବିନାହିଁ ତୁମ ପ୍ରେମ ଦୁନିଆଁରେ,

ତଥାପି ମୁଁ ଭଲ ପାଇବି ତୁମକୁ ଏକାନ୍ତେ ମୋ ହୃଦୟରେ ।


E-mail: subhakantasahu@gmail.com

ମୋ-୯୮୬୧୭୩୨୨୫୬

ଶୁଭକାନ୍ତ ସାହୁ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,ଗଂଜାମ,ପିନ୍-୭୬୧୧୦୫ ।


Rate this content
Log in