STORYMIRROR

SUKANTA KHANDA

Others

3  

SUKANTA KHANDA

Others

ହୃଦୟ

ହୃଦୟ

1 min
193


ସେ ଦିନ ଜୋର କରି ତୁମେ 

ହୃଦୟକୁ ଫିଙ୍ଗିଲ,ଫୁଲଟେ ଭାବିକି

ହେଲେ ମୋ ପାଇଁ କଣ୍ଟା ହୋଇଗଲା।


ଦେଖୁନ !

କେମିତି ଝରଝର ଝରୁଛି

ଫୋଡି଼ ଦେଇଥିବା କଣ୍ଟା 

ଭାରି କଷ୍ଟ ହେଉଛି ହୃଦୟ ମୋହର।


ତୁମକୁ ଭାବିବାର ଥିଲା

କଅଁଳ ଛନଛନ ଘାସ ତଳେ

କ'ଣ ଉଙ୍କି ମାରିବ?

ପାକଳ ହେବା ଆଗରୁ ହୃଦୟ ଫିଙ୍ଗିଲେ।


ଲହୁ ଆଉ ଲୁହରେ 

ଗାଧୋଇବ ନାହିଁ ତ...?


ଦେଖ !

ସାରା ଅବୟବ ରକ୍ତର ଛିଟା

ଗୋଟେ ଶକ୍ତ ହୃଦୟ ଫିଙ୍ଗିବାର ପରିଣାମ।


ତୁମକୁ ଭଲ ଲାଗିଥିବ ନିଶ୍ଚୟ।


ମୁଁ କିନ୍ତୁ ଝରି ପଡି଼ଛି ଭୂତଳେ

ଯେମିତି ବାସି ଫୁଲଟେ 

ଅଲୋଡା଼ ଜୀବନ ଏ ସଂସାର ହାଟରେ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍