STORYMIRROR

SUKANTA KHANDA

Others

3  

SUKANTA KHANDA

Others

ହୃଦୟ

ହୃଦୟ

1 min
151


ଏ ହୃଦୟ ଗୋଟେ ପଥର/ପାଷାଣ

ସେ ଭୁଲି ଯାଉଛି ଅତୀତକୁ

ଯିଏ ସ୍ମୃତି ସବୁକୁ ଦିନେ ରୋମନ୍ଥନ କରିଥିଲା।


ଦେଖୁନ ! 

ଆଜିକାଲି ବାପା ଓ ପୁଅର ଅପଡ଼

ପତ୍ନୀ ପର ପୁରୁଷରେ ହୁଙ୍କୁହୁଙ୍କୁ

ଝିଅ ଦିନ ତମାମ କାହା ଗାଡିର ପଛରେ ବୁଲିଛି

ପୁଅ ତ ଡାହା ବାଳୁଙ୍ଗ ।


ଏଠି କହି ହେଉଛି ନ ସହି ହେଉଛି

କେବଳ ପଥର ପରି 

ଏ ହୃଦୟକୁ ବଞ୍ଚାଇବାକୁ ପଡୁଛି

ବିବାହ ଆଉ ପୁଳାଏ ଛୁଆ କରିଛି ବୋଲି

ସମ୍ପର୍କର ଡୋରୀ ଛିଣ୍ଡାଇ ହେଉନି

ଛିଣ୍ଡାଇ ଦେବି କେମିତି

ଯଦି ଛିଣ୍ଡାଏ ତ ମାମୁଘର ଭାତ ଖାଇବାକୁ ହେବ 

ଓଡ଼ଶ,ମଶା ଆଉ ଚେମିଣି ହିଁ 

ସାଙ୍ଗ ପାଇଁ ଆହ୍ବାନ କରିବେ।


ମୋତେ ସନ୍ଦେହ ଲାଗେ

ପତ୍ନୀଟି ମୋତେ ବାହା ହୋଇଛି ନା ଆଉ କାହାକୁ

ପୁଳାଏ ପୁଅ ଆଉ ଝିଅ ମୋରି ଔରସରୁ ତ

ଲୁହ ଓ କୋହରେ ଗାଧାଇବା ବେଳେ

ମନ କହେ କଣ ପାଇଲୁ ନିର୍ଲ୍ଲଜ?

ବିବେକ କହେ ହୃଦୟକୁ ପଥର କର

ଆଉ ଉଙ୍ଖାରିବା ନ ହେଉ ଆଗକୁ

ଅନ୍ଯଥା ରସା ତଳରେ ପେଶି ହୋଇଯିବୁ।


ଏଠି ସବୁ ମାୟାର ଭେଳିକି

କେହି ବି ନୁହେଁ ନିଜର

ଯଦି କେହି ଜଣେ ଥାଏ

ସେ ଆଖି ତଳର ଲୁହ

ଶରୀର ପଛରେ ଗୋଡା଼ଉଥିବା ଛାଇ।


ହାୟରେ ଈଶ୍ବର 

ହୃଦୟକୁ ପଥର କରନ୍ତୁ

ନ ହେଲେ ମୁକ ଅବା ଅନ୍ଧ

ଯେମିତି ସଂସାରର କୌଣସି ସୌନ୍ଦର୍ଯ୍ଯ

ମୋ ସାମ୍ନାକୁ ନ ଆସୁ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍