STORYMIRROR

Biswajit Sahoo

Others

3  

Biswajit Sahoo

Others

ହୃଦୟ

ହୃଦୟ

1 min
222


ବିଜ୍ଞାନ ଭାଷାରେ ଆମ ଶରୀରରେ,

ସବୁଠୁ କୋମଳ ଅଙ୍ଗ,

ରକ୍ତ ସଞ୍ଚାଳନ କାର୍ଯ୍ୟଟି କରୁଛି,

କରିନାହିଁ କେବେ ତ୍ୟାଗ।


ସୂକ୍ଷ୍ମ ଦୃଷ୍ଟିରେ ସେ ଦୈବଗୁଣ ଯୁକ୍ତ,

ଦେବତାଙ୍କ ବାସସ୍ଥାନ,

ଚିର କର୍ମଯୋଗୀ ନୈଷ୍ଠିକ ବୈରାଗୀ,

'ଜୀବନ' ତାହାରି ଦାନ।


ମାନବିକତାର ପରିଚୟ ପତ୍ର,

ନିର୍ମଳ ହୃଦୟଟିଏ,

ଯେଉଁଠାରେ ସବୁ ମାନବୀୟ ଗୁଣ

ଭରାହୋଇ ରହିଥାଏ।


କାହା ଦୁଃଖ ଦେଖି ଲୁହ ଝରିଆସେ,

କାହା ସୁଖେ ହୁଏ ଖୁସି,

ବିଚିତ୍ର ସଂସାରେ ଆହୁରି ବିଚିତ୍ର

ହୃଦୟର ବଦମାସି ।


ସଂପର୍କର ସେତୁ, ପ୍ରେମର ନିର୍ଝର,

ଭାବନାର ଗନ୍ତାଘର,

ପ୍ରେରଣାର ଉତ୍ସ, ଭକ୍ତିର ମନ୍ଦିର,

ଆଶାଟିଏ ଜୀବନର।


ଯେଉଁଠାରୁ ଶବ୍ଦ ହୁଅଇ ନିର୍ଗତ,

କେମିତି ବର୍ଣ୍ଣିବି ତା'କୁ,

'ସ୍ରଷ୍ଟା'କୁ 'ସୃଷ୍ଟି'ରେ ବର୍ଣ୍ଣିବାକୁ ହେଲେ,

ଶବ୍ଦ ନାହିଁ ଲେଖିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍