STORYMIRROR

Budhadeba Nayak

Others

3  

Budhadeba Nayak

Others

ହୃଦୟ ରଖିଛି ଖୋଲି

ହୃଦୟ ରଖିଛି ଖୋଲି

1 min
246

ମତେ ଛାଡ଼ି କାହିଁ     ଚାଲିଗଲ ତୁମେ

      ମୋ ମନକୁ ଭାଙ୍ଗି ଦେଲ,

ମନ ମୋର ଯେବେ     ତୁମକୁ ଚାହିଁଲା

      ମୋ ଠାରୁ ଦୁରେଇ ଗଲ ।

ତୁମେ ଗଲା ପରେ     ନିରୀହ ହୃଦୟ

       ତୁମକୁ ଭୁଲି ପାରୁନି,

ଦିନ ରାତି ଖାଲି       ତୁମକୁ ହିଁ ଭାବି

       ରାତିରେ ନିଦ ହେଉନି ।

ତୁମେ ଗଲା ପରେ     ଟିକେ ଭାବିଲନି

       ଏ ଭଙ୍ଗା ହୃଦୟ କଥା,

ଭଙ୍ଗା ହୃଦୟ କୁ        ଭାଙ୍ଗି ଦେଇ ତୁମେ

        ଭରିଲ ମୋ ମନେ ବ୍ୟଥା ।

ଫେରିଆସ ତୁମେ      ମୋ ପାଖକୁ ପ୍ରିୟା

       ଦୁରେଇ ଯାଅନା ଚାଲି,

ସବୁଦିନ ପାଇଁ         ତୁମ ପାଇଁ ମୋର

        ହୃଦୟ ରଖିଛି ଖୋଲି ।



Rate this content
Log in