STORYMIRROR

Satyabati Swain

Others

3  

Satyabati Swain

Others

ହୃଦୟ ହଜିଛି

ହୃଦୟ ହଜିଛି

1 min
150

ତୁମେ ହୃଦୟ ଖୋଜୁଛ ?

ଏବେ କଣ ହୃଦୟ କାହାର ଅଛି ?

କିଛି ଅନୁଭବ କରି ପାରେ କେହି ?

ସେଇଟା ବା ଧକ୍ ଧକ୍

ଯନ୍ତ୍ର ପାଲଟି ଯାଇଛି।

ସ୍ନେହ

ଶ୍ରଦ୍ଧା

ମମତା

ପ୍ରେମ

ସମ୍ପର୍କ

ଅନ୍ତରଙ୍ଗତା

ଆନ୍ତରିକତା

ବିହିଁନ ହୃଦୟ ଏବେ।


ଅବିଶ୍ରାନ୍ତ ମଣିଷ ଦୌଡୁଛି

ପ୍ରଭୁତ୍ୱ 

ପ୍ରତିଷ୍ଠା

ଧନ ସମ୍ପଦ

ପଦ ପଦବୀ ପଛେ

ହୃଦୟ ବୁଝିବା

ହୃଦୟରେ ଘର କରିବାକୁ

ତାକୁ ତର କାହିଁ ?


ହୃଦୟ ହଜିଛି

ସବୁ ମଣିଷଙ୍କର

ସ୍ୱାର୍ଥର ପଙ୍କରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍