STORYMIRROR

SUKANTA KHANDA

Others

3  

SUKANTA KHANDA

Others

ହୋଲି

ହୋଲି

1 min
267


ହୋଲି ପର୍ବଟିକୁ ଏ ବସନ୍ତ ରାଣୀ

ଧରିଆଣି ବସେଇଲା

ଲକ୍ଷ୍ଯ ଓ ଉଦ୍ଦେଶ୍ଯ ବିଶ୍ବ ଦରବାରେ

ଭାଇଚାରା ପଣଥିଲା।


ସଭିଙ୍କ ଭିତରେ ଆନନ୍ଦ ଉଲ୍ଲାସ

କାମନା ବି ବସେଇବ

ବସନ୍ତ ସେ'ପାଇଁ ଲାଗି ପଡି଼ଅଛି

ଅପରୂପା କରେଇବ।


ଖରା ନ ଥିବ କି ବର୍ଷା ନ ଥିବଟି

ଶୀତର ରୋଷଣୀ ନାହିଁ

ନିଜର ଯୌବନ ଉପଭୋଗ ପାଇଁ

ହୋଲିକୁ ଆଣିଛି ନେଇ।


ବାପା ବୋଳିଦେବ ଝିଅର ଗାଲରେ

ପୁଅ ତା'ମାଆଙ୍କ ଦେହେ

ଭାଇଭାଇ ସହ କୋଳାକୋଳି ହେବେ

ପରସ୍ପର ଏଠି ଦୁହେଁ।


ଜଗତ କଲ୍ଯାଣ ବସନ୍ତର ଲକ୍ଷ୍ଯ

ସଭିଙ୍କ ମନରେ ହସ

ପ୍ରକୃତି ସଜେଇ ରଙ୍ଗରସ ସହ

ସଭିଙ୍କୁ କରିବ ବଶ।


ବିଶ୍ବ ଦରବାର ଖେଳିବ ଆନନ୍ଦେ

ହୋଲିକୁ ସମାଜ ମେଳେ

ହସି ହସାଇ କି ସନ୍ତୋଷ ପ୍ରଦାନ

କରିଯିବ କାଳେକାଳେ।


ହୋଲିର ରୋଷଣୀ ନିଆରା ନିଶ୍ଚୟ

ମର୍ତ୍ତ୍ଯରେ ଚାଲୁଛି ଆଜି

ଫିଙ୍ଗି ପ୍ରେମବାଣ ପରସ୍ପର ମଧ୍ଯେ

କେହି ଯାଆନ୍ତିନି ଭାଜି ।


ହୋଲିର ମହତ୍ତ୍ବ ଯିଏ ଜାଣିଅଛି

ଆସିବ ସଦା ଆଗେଇ

ରାଗ ରୁଷା ଯାହା ରହିଛି ହୃଦରେ

ପିଙ୍ଗେ ବହୁଦୂର ସେଇ।


ଏ ହୋଲି ପର୍ବଟି ବର୍ଷକୁ ଆସୁଛି

ଫଗୁଧରି ନିଜ ହାତେ

ବସନ୍ତ ଉତ୍ସବ ପସରା ମେଲିଛି

ଜଗତ କଲ୍ଯାତ ହିତେ।


ଦୁଶ୍ଚିନ୍ତା ମନଟି ସନ୍ତୋଷ ସର୍ବଦା

ଅପାର ଆନନ୍ଦ ଖାଲି

କୋଟିଏ ପ୍ରଣାମ ଗ୍ରହଣ ସହିତ

ହୋଲି ଆସ ଝୁଲିଝୁଲି।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍