STORYMIRROR

ARUN MAHAPATRA

Others

3  

ARUN MAHAPATRA

Others

ହୋଲି

ହୋଲି

1 min
183


ଫାଲଗୁନ ମାସ ପୁନେଇଁ ତିଥି

ପଞ୍ଚ ଦୋଳ ସାରି ପ୍ରଭୂ ଫେରନ୍ତି

ଆନନ୍ଦେ ଖେଳନ୍ତି ରଙ୍ଗ ଅବିର

ଫିଙ୍ଗା ଫିଙ୍ଗି ହୁଅନ୍ତି ପରସ୍ପର

ଗୋପ ଦାଣ୍ଡ ତ ଉତ୍ସବ ମୁଖର

ଖେଳୁ ଥିଲେ କୃଷ୍ଣ ଗୋପୀ ସଂଗର

ଥିଲେ ବି ସୁଦାମା ସୁବଳ ସାଥେ

ରଙ୍ଗ ଲାଗିଥିଲା ସବୁରି ମାଥେ

ଆଜି ବି ସମସ୍ତେ ମନେ ପକାନ୍ତି

ରଙ୍ଗ ପିଚକାରୀ ହୋଲି ଖେଳନ୍ତି

ଗାଆଁ ଗାଆଁରେ ମେଳଣ ଯାତରା

ଦର୍ଶନ ସାଙ୍ଗକୁ ଭିନ୍ନ ପସରା

ହୋଲି ନୁହେଁ ଖାଲି ରଙ୍ଗର ପର୍ବ

ବନ୍ଧୁତା ପାଇଁ କି ପାଏ ଗରବ

ସବୁ ବର୍ଗ ଲୋକ ହୁଅନ୍ତି ମେଳି

ଭାଇଚାରା ରାଗ ରୁଷାକୁ ଭୁଲି।

ସାରା ଦିନ ହସ ଖୁସିରେ ବିତେ

ସରବତ ମିଠା ଯାହାକୁ ଯେତେ।

ହୋଲିକା ଦହନ ଉଦାହରଣ

ଅସତ୍ୟ ଅଧର୍ମ କରେ ବାରଣ

ଆଜିର ଦିନରେ ବଦଳି ଯାଇ

ହୋଲିର ଆକାର ଭିନ୍ନ ଦିଶଇ

ରଙ୍ଗର ପଦ୍ଧତି ହୋଇଛି ନୂଆଁ

ହୋଲିର ନାମରେ ବୁଲାନ୍ତି ଭୁଆଁ

ହାନିକାରକ ରଙ୍ଗ ବ୍ୟବହାର

କରିବାକୁ ସରବେ ତତ୍ ପର

ଆସନ୍ତା ଫଗୁଣେ ଆସିବ ହୋଲି

ହସୁ ଥାଉ ମନ କାଲିକୁ ଭୁଲି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍