STORYMIRROR

Sanjukta Padhi

Children Stories

3  

Sanjukta Padhi

Children Stories

ହୋଲି

ହୋଲି

1 min
245


କୁନୁ ମୁନୁ ଚୁନୁ

ରୁନୁ ଟିନା ଝୁନୁ

ଦଉଡି ଦଉଡି ଆସ

ଗୋଟି ଗୋଟି କରି

ଗୋଲେଇ ହେଇକି

ଗଛ ଚାନ୍ଦିନୀରେ ବସ ।


ବାବୁଲା କାବୁଲି କୁନା

ସୁରେଶ ମହେଶ ମୁନା

ଯିଏ ଯେଉଁଠାରେ ଅଛ

ଦଉଡି ଦଉଡି ଆସ,

ଦଉଡି ଦଉଡି ଆସ

ନାଲି ନୀଳ ଆଉ ସବୁଜ

ବାଇଗଣୀ ହଳଦୀ ନାରଙ୍ଗୀ

ଧୂସର ମାଟିଆ ଗୋଲାପି

ଘନନୀଳ ଆଦି ଭରି

ସବୁ ରଙ୍ଗରୁ ତୋଳି କି

ମାଟି ମା'କୁ ରଙ୍ଗେଇ ଦବା

ସେଇ ମାଁ ସିନା ଫନ୍ଦି

ଠକି ଦେଇ ଚାଲିଯାଏ

ଏଇ ମାଁ ଭାରି ଭଲ

କେବେ ଛାଡି ନଥାଏ ।


ପ୍ରତିଦାନେ ଖାଲି ଏତିକି

ଭାଇଚାରା ଭାବ ରଖିବା

ଆଜି ତା ଦେହରେ

କୁଢ଼ କୁଢ଼ ଦୁଃଖ

ଶହୀଦ ଯବାନଙ୍କ ପାଇଁ

ଅନୁପସ୍ଥିତିରେ ଶୋକ

ଜର୍ଜରିତ ଆତ୍ମା କରେ

କୁହୁରି କୁହୁରି ବିଳାପ

ତଥାପି କରେନା ଭାଗ

ଅନ୍ତରୁ ଆଜି ନିଦ ଯାଇଛି ହଜି

କୋଉଠି ଉଜୁଡ଼ି ଯାଇଛି

ନବ ଵଧୂର ସୁହାଗ ।।


ଲିଭି ଯାଇଛି କୋଉ

କୁନି ଝିଅ ର ବାପ ଡାକ

ମାଆ ପଣତ କରି ଶୂନ୍ୟ

କିଏ ଅରଜିଛି ପୂଣ୍ୟ

କାନ୍ଧରେ କାନ୍ଧ ମିଳାଇ

ଚାଲିବାକୁ ଭାଈ ନାହିଁ

ଭଉଣୀ ବିଦାୟୀ ବେଳେ

ଖୋଜନ୍ତି ଭାଇକୁ କାଳେ

ସବୁ କର୍ମରେ ସଦାବେଳେ

ଯୋଗ ଦେବା ଆମେ ଯାଇ

ବର୍ଣ୍ଣଶଙ୍କର ଜାତି ଗୋତ୍ର

ଭେଦ ଭାବ କିଛି ରଖିଵା ନାହିଁ

ଦେଇ ମାଆର ପରିଚୟ

ଚାଲ ଯିବାରେ ଧାଇଁ ଧାଇଁ

ଆସ ଆସ ମୋର ଭଉଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍