STORYMIRROR

Jharana Rout

Others

3  

Jharana Rout

Others

ହୋଲି

ହୋଲି

1 min
244


ବରଷକେ ଥରେ ଆସିଛି ହୋଲି

ସଙ୍ଗେ ନେଇ ଆସିଛି ହସ, ଖୁସି

ସାଙ୍ଗ, ସାଥି ବନ୍ଧୁ, ଓ କୁଟୁମ୍ବ

ସମସ୍ତଙ୍କ ପାଁଇ ଆସିଛି ହୋଲି.....


ମଳୟ ବହୁଛି ମନ ଅସ୍ଥିର ହେଉଛି

ଖୁସିରେ ଏ ମନ ନାଚି ଯାଉଛି

ବାଜା, ତୁରୀ, ଭେରୀ ଓ ବାଦ୍ୟର ସ୍ଵର

ଚାରିଦିଗରେ ଉଠୁଛି ଓ ପଢୁଛି......



ନାଲି, ନୀଳ, ହଳଦିଆ ଭଳିକି ଭଳି

ବିଭିନ୍ନ ବେରଙ୍ଗର କେତେ ହୋଲି

ପିଚକାରୀ ସହ ଖେଳୁ କେତେ ହୋଲି

ଆନନ୍ଦ ବିଭୋର ସଭିଏଁ ଙ୍କ ମନରେ.....


ରାଗ, ରୁଷା, ଅଭିମାନ ସବୁ ଛାଡ଼ି ଦେଇ

ଉଲ୍ଲାସରେ ଉପଭୋଗ ନେଇ ଥାଉ ଏହି ଦିନେ

ସ୍ନେହ, ପ୍ରେମ, ଶ୍ରଦ୍ଧା, ବାଣ୍ଟି ଥାଉ ପରସ୍ପର ସହ

ସଙ୍ଗୀତରେ ମନ ପ୍ରପୁଲ୍ଲ ହୁଏ ଏହି ପରବରେ.....


ହୋଲିର ବିମାନରେ ରାଧା ଓ କାହ୍ନୁ ପ୍ରେମ

ସଭିଙ୍କୁ ଶିଖାଇ ଦିଏ ଏହି ପ୍ରେମର ପ୍ରତୀକ

କାହ୍ନୁ ର ବଂଶୀ ସୁରେ ରାଧା ମନ ନାଚି ଯାଏ

ଯୁଗେ ଯୁଗେ ଏହି ପ୍ରେମ ଅତୁଟ ବନ୍ଧନ.....


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍