Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Others

5.0  

Bauribandhu Lenka

Others

ହୋଲି

ହୋଲି

1 min
6.8K


ଆଜି ଏଇ ମଧୁମାସେ ରଙ୍ଗର ଶ୍ରାବଣ ହୋଇ

ବର୍ଷିଯିବି ମୋ ଦେଶ ଭାରତ ବର୍ଷେ ।

ସେ ରଙ୍ଗେ ଭିଜିବି ମୁହିଁ ଭିଜିବେ ମୋ ଦେଶବାସୀ

ପାଳିବେ ଏ ରଙ୍ଗ ପର୍ବ ଆନନ୍ଦେ ଉଲ୍ଲାସେ ।।

ସବୁ ଦାଣ୍ଡ ହେବ ବ୍ରଜ ଦାଣ୍ଡ ସବୁ

ନାରୀ ହେବେ ଗୋପାଙ୍ଗନା ନାଚିବେ

ରଙ୍ଗାଇ ଅଙ୍ଗ ଥିବେ ସଙ୍ଗେ ରାଧିକା ଓ କାହ୍ନା ।।

ଖେଳିବା ଆନନ୍ଦେ ରଙ୍ଗ ଭୁଲି ସବୁ

ରାଗ ଦ୍ୱେଷ ଆଉ ଅବିଶ୍ୱାସ ।

ଥାଉ ଯେତେ ଅନେକତା ଆମେ ସବୁ ଏକ ହୋଇ ଆଙ୍କିଦେବା ସପ୍ତ ରଙ୍ଗେ ଇନ୍ଦ୍ରଧନୁ ଝଲସାଇ ଏ ଦେଶ ଆକାଶ ।।

********


Rate this content
Log in